ଗଜପତି ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା କାଶୀନଗର ବ୍ଲକ ଠାରେ ଜିଲାପାଳ ଅନୁପମ ସାହାଙ୍କ ଜିଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିନସ୍ଥ ଅଲଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଯୁଗ୍ମଜନ ଅଭିଯୋଗ ଶୁଣାଣୀରେ ଗଜପତି ଜିଲାପାଳ ମୋଟ ୬୮ଗୋଟି ଅଭିଯୋଗ ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ୫୧ଗୋଟି ଏକକ ଅଭିଯୋଗ ଗୁଡିକର ଶୁଣାଣୀ ହୋଇଥିଲା । ଏଥି ମଧ୍ୟରୁ ୨ଗୋଟି ଶୁଣାଣୀ ରୋଗୀମାନଙ୍କର କରିଥିଲେ । ଯାହାକି ଅଲଡା ଗ୍ରାମର ଯସ୍ୟ ଭୁୟାଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହେଯାଗ ପାଣ୍ଠିରୁ ଟ୫୦୦୦ଙ୍କା(ପାଞ୍ଚ ହଜାର)ମାତ୍ର ସହାୟତା କରିଥିଲେ । ତତ୍‌ସଙ୍ଗେସଙ୍ଗେ ରେଡକ୍ରସ ସଂସ୍ଥା ତରଫରୁ ସରୋଜନି ଲିମାଙ୍କୁ ଟ୨୦୦୦ଙ୍କା (ଦୁଇ ହଜାର) ସହାୟତା କରିଥିଲେ । ଏତଦ୍ ଭିନ୍ନ ୧୭ଗୋଟି ଗୋଷ୍ଠିଗତ ଅଭିଯୋଗ ମାନଙ୍କର ମଧ୍ୟ ଜିଲାପାଳ ଶୁଣାଣୀ କରିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗଜପତି ଜିଲାର ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ତହସିଲଦାର ଶାନ୍ତି ସ୍ୱରୁପ ମିଶ୍ରଙ୍କ ସମେତ ଅଲଡା ପଞ୍ଚାୟତର ସରପଞ୍ଚ ବାସନ୍ତି ଶବର ଉପସ୍ଥିତ ରହିଥିଲେ । ଏହି ଅଭିଯୋଗ ଶୁଣାଣୀ ସମୟରେ କାଶୀନଗର ଡାକ୍ତରଖାନା ତରଫରୁ ଏକ ଅସ୍ଥାୟୀ ଶିବିର ସ୍ଥାପନାକରାଯାଇ ପ୍ରାୟ ୩୭ଜଣ ରୋଗୀଙ୍କୁ ଡାକ୍ତର ଶଚିକାନ୍ତ ମହାପାତ୍ର ପରୀକ୍ଷା କରିଥିଲେ ଓ ସମସ୍ତ ରୋଗୀଙ୍କୁ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ