ଗଜପତି ଜିଲାସ୍ତରୀୟ ଯୁବମହୋତ୍ସବ ୨୦୧୯ ଅନୁଷ୍ଠିତ
ପାରଳାଖେମୁଣ୍ଡ- (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ଯୁବମହୋତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ସହଯୋଗରେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଜିଲା କ୍ରୀଡାଧିକାରୀ ପ୍ରଭାକର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତ, ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର, ଆକାଶବାଣୀର ସଂଗୀତ ସଂଯୋଜକ ଗୁରୁ ରଘୁନାଥ ପାତ୍ର, ଜିଲା ସାଂସ୍କୃତିକ ସଂଘର ସଦସ୍ୟ ନୃସିଂହ ଚରଣ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ଯୁବ ମହୋତ୍ସବ ପାଳନର ଆବଶ୍ୟକତା ଏବଂ ଏହାଦ୍ୱାରା ଜିଲାରେ ରହିଥିବା ଲୁକାୟିତ ଯୁବ ପ୍ରତିଭା ଗୁଡିକ କିପରି ପରିସ୍ଫୁଟିତ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଯୁବ ମହୋତ୍ସବରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଯୁବ କଳାକାରମାନେ ଯୋଗଦେଇ ଲୋକନୃତ୍ୟ, ଓଡିଶୀ ନୃତ୍ୟ, ଏକକ ଅଭିନୟ, ମୃଦଙ୍ଗ, କର୍ଣ୍ଣାଟକୀ ସଂଗୀତ, ଭାରତ ନାଟ୍ୟମ ନୃତ୍ୟ, କୁଚୁପୁଡି ନୃତ୍ୟ ଇତ୍ୟାଦି ବେସ ଉଚ୍ଚକୋଟୀର ଶୈଳୀରେ ପ୍ରଦର୍ଶନ କରିଥିଲେ । ଜିଲାର ବିଭିନ୍ନ ବ୍ଲକ ଏବଂ ପାରଳାଖେମୁଣ୍ଡିରୁ ପ୍ରାୟ ୧୨ଗୋଟି ଦଳ ଏବଂ ପ୍ରାୟ ୩୫୦ଜଣ ଯୁବ କଳାକାର ଏହି ଉତ୍ସବରେ ଭାଗନେଇଥିଲେ ।
[wonderplugin_video iframe=”https://www.youtube.com/watch?v=A3B2nIkx83U” lightbox=0 lightboxsize=1 lightboxwidth=960 lightboxheight=540 autoopen=0 autoopendelay=0 autoclose=0 lightboxtitle=”” lightboxgroup=”” lightboxshownavigation=0 showimage=”” lightboxoptions=”” videowidth=600 videoheight=400 keepaspectratio=1 autoplay=0 loop=0 videocss=”position:relative;display:block;background-color:#000;overflow:hidden;max-width:100%;margin:0 auto;” playbutton=”https://00dhe.hosts.cx/wp-content/plugins/wonderplugin-video-embed/engine/playvideo-64-64-0.png”]