ଗଜପତି ଜିଲା ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସ ପରିସରରେ ଜିଲା ବିଜୁ ଜନତା ଦଳର ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ସଭ୍ୟ ଡ.ଜୀବନ ଚନ୍ଦ୍ର ଦୀକ୍ଷୀତ ମୁଖ୍ୟ ଅତିଥି ଏବଂ ଜିଲା ସାଂସ୍କୃତିକ ଅଧିକାରୀ ରବୀଚନ୍ଦ୍ର ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଜିଲା ସଂଯୋଜକ ତନୁଜା ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥିମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାମାନଙ୍କର ଉଦ୍ଦ୍ୟେଶରେ ପ୍ରତ୍ୟେକ ଯୋଜନାକୁ ପହଞ୍ଚାଇବା ସହ କଳାକାର ଏବଂ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟକରିବେ ବୋଲି କୁହାଯାଇଥିଲା । ଏହି ବ୍ୟବସ୍ଥାକୁ ଅଧିକା ପ୍ରଚାର ପ୍ରସାର କରିବାପାଇଁ ପଞ୍ଚାୟତ ଓ ୱାର୍ଡସ୍ତରୀୟ ସଂଯୋଜକ ଚୟନ କରି ତୃଣମୂଳସ୍ତରରେ କଳାକାରମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବାପାଇଁ ଆହ୍ୱାନ ଦିଆଯାଇଥିଲା । ବାସ୍ତବ କ୍ଷେତ୍ରରେ ସମସ୍ତ ନିତିନିୟମକୁ ପ୍ରୋୟଗ କରିବାପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ସଂଯୋଜକମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ