ଗଜପତି ଜିଲ୍ଲାର ୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ନିମନ୍ତେ ବଣଭୋଜିର ଆୟୋଜନ କଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ ଓ ଶିଶୁ ମଙ୍ଗଳ ସମିତିର ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପର‌୍ୟ୍ୟବେକ୍ଷଣ ଅଧିକାରୀ ଜୟପ୍ରକାଶ ବାଡ଼ତ୍ୟାଙ୍କ ନେତୃତ୍ବତରେ ଜିଲ୍ଲାର ୪ ଟି ଶିଶୁଯନ୍ତ୍ର ଅନୁଷ୍ଠାନ ଯଥା ଜଗନ୍ନାଥ ନିକେତନ, ଆର୍, ସୀତାପୁର, ନିସାନ ଶାଲୋମ୍ ଡିଲ୍ଗୁନ ହୋମ୍, ଗୁମ୍ମା, ଗୁମ୍ମା, ପ୍ରାଉଡ଼ ବାଳିକା ଶିଶୁ ଯନ୍ତ୍ର ଅନୁଷ୍ଠାନ, ବି. ସୀତାପୁର ଏବଂ ଉତ୍କଳ ବାଳାଶ୍ରମ ବି. ସୀତାପୁର ର ମୋଟ ୮୦ ଜଣ ଶିଶୁଙ୍କୁ ଚନ୍ଦ୍ରଗିରି ସ୍ଥିତ ଖସଡ଼ା ଜଳପ୍ରପାତ ଏବଂ ବୌଦ୍ଧ ମନ୍ଦିର ବୁଲିବା ପାଇଁ ନିଆଯାଇଥିଲା।ସୂଚନା ପ୍ରକାରେ ଗଜପତି ଜିଲ୍ଲାରେ ଥ‌ିବା ୫ ଗୋଟି ଶିଶୁ ଯନ୍ତ୍ର ଅନୁଷ୍ଠାନରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିଶୁ ରହୁଥୁଲା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ବିଭିନ୍ନ ସମୟରେ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ବିଭିନ୍ନ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥାଏ। ସେଥିମଧ୍ୟରୁ ଆଜିର ବଣଭୋଜି କାର‌୍ୟ୍ୟକ୍ରମ ଅନ୍ୟତମ। କାର‌୍ୟ୍ୟକ୍ରମ ନିମନ୍ତେ ଆଞ୍ଚଳିକ ପରିବହନ ଅଧୂକାରୀ, ଗଜପତି ସାନ୍ତନୁ କୁମାର ପରିଡ଼ା ଦୁଇଗୋଟି ଟି ବସ୍ ଯୋଗାଇଥିଲେ । ପ୍ରଥମେ ଶିଶୁମାନେ ୧୮ ତାରିଖ ସକାଳ ୬ ଟାରେ ଉତ୍କଳବଳଶ୍ରମ ପରିସରରୁ ଦୁଇ ଗୋଟି ବସ୍ ଯୋଗେ ମୋହନା ଅଭିମୁଖେ ବାହାରିଥିଲେ ଏବଂ ସକାଳୀ ୦ ଘଣ୍ଟା ସମୟରେ ଖସଡ଼ା ଜଳପ୍ରପାତ, ଚନ୍ଦ୍ରଗିରି ଠାରେ ପହଞ୍ଚି ସେଠାକାର ସବୁଜ ବନାନୀ ତଥା ସୁମନୋହର ପ୍ରକୃତିକୁ ଉପଭୋଗ କରିଥିଲେ। ପରେ ମଧ୍ୟାହ୍ନ ଘ. ୧୨ ସମୟରେ ଚନ୍ଦ୍ରଗିରି ବୌଦ୍ଧ ବିହାର ଠାରେ ସେମାନଙ୍କ ପାଇଁ ଏକ ବଣଭୋଜିର ଆୟୋଜନ କରାଯାଇଥିଲା। ପିଲାମାନ ମଧ୍ୟାହ୍ନଭୋଜନ କରିସାରିବା ପରେ ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମନ୍ଦିର ଯଥା \”ପଦ୍ମସମ୍ଭବ ମହାବିହାର\’ ପରିଦର୍ଶନ କରିଥିଲେ । ମନ୍ଦିର ପରିଦର୍ଶନ ସାରି ଶିଶୁମାନେ ସନ୍ଧ୍ୟା ଘ. ୬.୦୦ ସମୟରେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ। ଶିଶୁମାନଙ୍କୁ ସୁରକ୍ଷାର ସହ ନେବା ଆଣିବା ନିମନ୍ତେ ଏବଂ କାର‌୍ୟ୍ୟକ୍ରମରେ ସହଯୋଗ ନିମନ୍ତେଜିଲ୍ଲା ଶିଶୁ ସୁରକ୍ଷ୍ୟା ଇଉନିଟର କର୍ମକର୍ତା, ସ୍ବତନ୍ତ୍ର ପୋଷ୍ୟ ସନ୍ଧାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର‌୍ୟ୍ୟ ଏବଂ ତାଙ୍କର ସାମାଜିକ କର୍ମୀ ସୁବାସିତ ସ୍ଲାଲସିଂ, ନିସାନ ସାଲୋମ ଶିଶୁ ଯନ୍ତ୍ର ଅନୁଷ୍ଠାନର ପରିଚାଳକ ଶୁଭଙ୍କର ଲିମା, ଶ୍ରୀ ଜଗନ୍ନାଥ ନିକେତନର କର୍ମୀ ଗଣେଷ ଜାନି, ଉତ୍କଳ ବାଳାଶ୍ରମର ହାଉସ ମଦର ସୁଶ୍ରୀ କସ୍ତୁରୀ ପ୍ରଭା ରାଉତ ଏବଂ ପ୍ରାଉଡ଼ ଶିଶୁ ଯନ୍ତ୍ର ଅନୁଷ୍ଠାନର ହାଉସ ମଦର ସୁଶ୍ରୀ ବର୍ଷାଦେବୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କୋଷାଧ୍ୟକ୍ଷ ଶୁଭଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ମୋହନା ଥାନାର ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ