ଗଜପତି ଜିଲ୍ଲା ଆପ୍ ଦଳ ପକ୍ଷରୁ ସଂଗଠନକୁ ମଜଭୁତ କରିବା ନେଇ ପ୍ରକ୍ରିୟା ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ଜିଲ୍ଲାରେ ସଂଗଠନକୁ ଦୃଢ଼ କରିବା ପାଇଁ ପକ୍ରୀୟା ଆରମ୍ଭ କରାଯାଇଛି ଏହି ଅବସରରେ ଆପ ଦଳର ରାଜ୍ୟ ଉପସଭାପତି ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଦୂର୍ଗା ପ୍ରସାଦ ଦାସ, ରାଜ୍ୟ କମିଟି ସଦସ୍ୟ ସୌମ୍ୟ ପ୍ରଧାନ,ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ,ଦଳୀୟ ସାଥି ପାଇଲା ମୂରଲୀ କ୍ରିଷ୍ଣା ପ୍ରମୁଖ ନୂଆଗଡ, ଆର୍.ଉଦୟଗିରି ଓ ମୋହନା ବ୍ଲକ ର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଜିଲ୍ଲାର ସମସ୍ତ ବ୍ଲକ୍ ରେ ନୂତନ ସକ୍ରିୟ କାର୍ଯ୍ୟକର୍ତ୍ତା ଓ ନେତୃତ୍ଵ ଖୋଜି ସଂଗଠନ ମଜଭୁତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆଗଡ ବ୍ଲକ ବଡପଦା ଠାରେ ବହୁତ୍ ଉତ୍ସାହୀ ବ୍ୟକ୍ତିମାନେ ଦଳରେ ସାମିଲ ହୋଇଥିଲେ।ଏହାପରେ ଆର୍ ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ ପଞ୍ଚାୟତ ରେ ଦଳୀୟ ସାଥି ଦାମୋଦର ସାହୁ, ମହାଦେବ ମହାପାତ୍ର, ତ୍ରିନାଥ ସୁନ୍ଦର ରାୟ ପାତ୍ରଙ୍କ ନେତୃତ୍ଵ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ତଥା ପୂର୍ବତନ କଂଗ୍ରେସ୍ ନେତା ଯାକୋବ୍ ମାଝୀ, ମହେନ୍ଦ୍ରଗଡ ପଞ୍ଚାୟତ ସରପଞ୍ଚ କୃପା ଗମାଙ୍ଗ ବାରିକ ମଲ୍ଲିକ, ପ୍ରଶାନ୍ତ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଉଦୟଗିରି ବ୍ଲକ୍ ର ସମସ୍ତ ପଞ୍ଚାୟତ ରେ ସଂଗଠନ ସୁଦୃଢ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦଳୀୟ ସାଥି ଧୀରେନ୍ଦ୍ର କୁମାର ନାୟକ ଓ ଅରୁଣ ନିଧି ବେହେରା ଙ୍କ ନେତୃତ୍ଵରେ ଗୋବିନ୍ଦପୁର ପଞ୍ଚାୟତରଖ୍ରୀଷ୍ଟପୂର ପୁତଲିପଙ୍ଖା ଗ୍ରାମରେ ବୈଠକ୍ ଆୟୋଜନ ହୋଇଥିଲା।


