ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦର ୪୮ତମ ବୈଠକଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦ ୪୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ରହ୍ମପୁର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲିକ, ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଆଦର୍ଶ ଦାସ , ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରୋମାଞ୍ଚଳ ଖମାରୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଲଳିତ କୁମାର କହଁର ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ବୈଠକରେ ସ୍ବାଗତ ଭାଷଣ ପୂର୍ବକ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଖମାରୀ ସମସ୍ତ ଜିଲ୍ଲାପରିଷଦ ସଭ୍ୟଓ ସଭ୍ୟା ମାନଙ୍କୁ ସ୍ବାଗତ ଜଣାଇ ଥିଲେ । ଏହି ଜିଲ୍ଲାର ଯେଉଁ ଲକ୍ଷ୍ୟ ରହିଛି ତାହା ଫାଇଭ୍ ଟି ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି ଏବଂ ଆଗାମୀ ଦିନରେ ଏହି ୫-ଟି ବଳରେ ଅନେକ ଗୁଡିଏ ଉନ୍ନୟନ ମୂଳକ କାର୍ଯ୍ୟ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି ଜିଲ୍ଲାର ୫-ଟି ଅନ୍ତର୍ଗତ ସ୍କୁଲ ଗୁଡିକର ରୂପାନ୍ତର କରଣ ହୋଇଛି ଏବଂ ଆଗାମୀ ଦିନରେ ଆହୁରି ଅନେକ ବିଦ୍ୟାଳୟ ରୂପାନ୍ତରୀତ ହେବାର ରହିଛି ରୂପାନ୍ତରୀତ ବିଦ୍ୟାଳୟ ଗୁଡିକୁ ଜିଲ୍ଲାପରିଷଦର ସଭ୍ୟ/ସଭ୍ୟାଗଣ ପରିଦର୍ଶନରେ ଯାଇ ଏହାର ସଠିକ କାର୍ଯ୍ୟକାରୀତା ଦିଗରେ ସହଯୋଗ କରିବାକୁ ଜଣାଇଥିଲେ । ଜିଲ୍ଲାରେ ଜୀବନ ଜୀବୀକା କୁ ଗୁରୁତ୍ବ ଦେଇ କାର୍ଯ୍ୟ କରାଯାଉଛି । ମିଶନ୍ ଶକ୍ତି ମହିଳା ମାନଙ୍କ ନିମନ୍ତେ ନୂଆ ଅଧ୍ୟାୟ ସୃଷ୍ଟି କରିବ ସମସ୍ତ ଜିଲ୍ଲା ପରିଷଦ ଏବଂ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଗଜପତି ଜିଲ୍ଲା ସାରା ଓଡିଶାରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖି ସୁନାମ ଅର୍ଜନ କରିପାରିଥିବା ପ୍ରକାଶ କରିଥିଲେ । ସମସ୍ତ ସରକାରୀ ଯୋଜନା କାର୍ଯ୍ୟର ସଫଳ ରୂପାୟନ ହୋଇ ପାରିଛି । ସରକାରଙ୍କ ଦ୍ବାରା ରାଜ୍ୟର ଅନ୍ୟଜିଲ୍ଲାକୁ ଯେଉଁ ପରିମାଣରେ ଅନୁଦାନ ଦିଆଯାଉଛି ଏହି ଜିଲ୍ଲାକୁ ମଧ୍ୟ ସମ ପରିମାଣର ଅର୍ଥ ଆସୁଛି । ଗଜପତି ଜିଲ୍ଲା ସମସ୍ତଙ୍କ ସହଯୋଗ ଓ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରୁଥିବା ହେତୁ ଏହି ଜିଲ୍ଲା ସବୁ କାର୍ଯ୍ୟରେ ଉନ୍ନତି କରି ସୁନାମ ପାଉଛି । ଜିଲ୍ଲାର ଉନ୍ନତି ହେବା ସହିତ ସାରା ରାଜ୍ୟରେ ଜିଲ୍ଲାର ସୁନାମ ବଜାୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ପୂର୍ବ ବୈଠକର ଆଲୋଚିତ ବିବରଣୀ ପଠନ ହେବା ସହିତ ଏହା ଅନୁମୋଦନ କରାଯାଇଥିଲା । ବୈଠକରେ ସମସ୍ତ ବିଭାଗର ଆଲୋଚନା କରାଯାଇ ଅର୍ଥକରୀ ଫସଲ ଚାଷ କରାଗଲେ କୃଷି ଉନ୍ନତି ହେବା ସହ କୃଷକଗଣ ଅଧିକ ଲାଭବାନ ହୋଇପାରିବେ । ଏହି ଦିଗରେ ସରକାରୀ ସହାୟତା ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାରେ କାର୍ଯକାରୀ କରାଯାଉଥିବା ଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୃଷି ଓ କୃଷକର ସଶକ୍ତି କରଣ, ଜଳ ସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳ ସେଚନ, ଉଠା ଜଳସେଚନ,ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଯୋଗାଣ, ଅବକାରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସ୍ବଚ୍ଛ ଭାରତ ମିଶନ, ଶ୍ରମ ଓ ନିଯୁକ୍ତି, ଶକ୍ତି ବିଭାଗ, ଜଙ୍ଗଲ ଓ ପରିବେଶ, ମହିଳା ଓ ଶିଶୁ କଲ୍ୟାଣ ବିକାଶ,ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ,ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ଜଳ ଛାୟା, ଉଦ୍ୟାନ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ , ବିଦ୍ୟୁତ, ରାସ୍ତା, ପୋଲ, ଗ୍ରାମ୍ୟ ସାମାଜିକ ନିରାପତ୍ତା, ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଚାରା ରୋପଣ, ପୋଖରୀର ଆଦନିକ କରଣ, ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର, ବୃକ୍ଷରୋପଣ ସହ ଉଚ୍ଚ ବିଦ୍ୟାଳୟ ଗୁଡିକର ସୌନ୍ଦର୍ଯ୍ୟ କରଣ, କ୍ଷୁଦ୍ର ଉଦ୍ୟୋଗ ପ୍ରକ୍ରିୟା କରଣ, ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଗୃହ ନିର୍ମାଣ ପ୍ରଭୃତି ବିଷୟକୁ ନେଇ ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା , ବ୍ଲକ ଅଧକ୍ଷ/ଅଧ୍ୟକ୍ଷା ଓ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ବାଭରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ