ଗଜପତି ଜିଲ୍ଲା ଦୁର୍ଗମ ବନାଞ୍ଚଳରୁ ୨ଗୋଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଉଦ୍ଧାର

ପାରଳାଖେମୁଣ୍ଡି, (ଯୁଗାବ୍ଦ ନ୍ୟୁଜ): ଗଜପତି ଜିଲ୍ଲାର ଦୁର୍ଗମ ବନାଞ୍ଚଳ ତଥା କନ୍ଧମାଳ-ଗଜପତି ସୀମାନ୍ତ ଅଞ୍ଚଳର ୁ ପୋଲିସ ଗତକାଲି ୨ଗୋଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିବା ସୁଚନା ମିଳିଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏକ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଗଜପତି-କନ୍ଧମାଳ ସୀମାନ୍ତ ଅଡବା ଥାନାର ଢେପାଗୁଡା-କନ୍ଧବା-ବାଲିଗଣ୍ଡା ଅଞ୍ଚଳରେ କମ୍ବିଂ ବେଳେ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଥିବାର ଜଣାପଡିଛି । ଗୁଇନ୍ଦା ସୂତ୍ରକୁ ଆଧାର କରି ୨୨ଡିଭିଏଫ ଜବାନମାନେ ଢେପାଗୁଡା ଘଞ୍ଚ ଜଙ୍ଗଲରେ କମ୍ବିଂ କରି ମାଓବାଦିମାନେ ରଖିଥିବା ୨ଗୋଟି ଲ୍ୟାଣ୍ଡମାଇନ ସହ ବିପୁଳ ପରିମାଣର ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ଏହି ଲ୍ୟାଣ୍ଡମାଇନର ଓଜନ ଯଥାକ୍ରମେ ୧୫ ଓ ୩୫ କେ.ଜି. ବୋଲି ଜଣାପଡିଛି । ଏହି ଖବର ଜାଣିବାପରେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ବୋମ୍ ନିସ୍କ୍ରିୟ ଦଳ ତୁରନ୍ତ ପହଞ୍ôଚ ନିସ୍କ୍ରିୟ କରିଥିଲେ । ଏଥିରେ ମୋହନା ଥାନା ଅଧିକାରୀ ଲଳିତ ମୋହନ ସାଗର, ଅଡବା ଥାନା ଅଧିକାରୀ ସୁନ୍ଦର ସିଂ କହଁର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ