ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲା ପୋଲିସ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜେମ୍ସ ଘରୋଇ ଚିକିତ୍ସାଳୟର ମିଳିତ ସହଯୋଗରେ ଏକ ମାଗଣା ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉଦ୍ଘାଟନ କରିବା ସହ ଏପରି କାର୍ଯ୍ୟକ୍ରମ ଦ୍ୱାରା ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ସେ ତାଙ୍କ ବିବୃତ୍ତିରେ କହିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀକାକୁଲମ ଜେମ୍ସ ମେଡିକାଲ ଏବଂ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନୀରିକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ରକ୍ତ ଚାପ ମଧୂମେହ, ହୃଦଘାତ ଇତ୍ୟାଦି ବିଭିନ୍ନ ରୋଗକୁ ନେଇ ମାଗଣା ପରୀକ୍ଷା କରାଯିବା ସହ ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କୁ ବିଭିନ୍ନ ବିଭାଗୀୟ ଡାକ୍ତରମାନଙ୍କ ସହ ଯୋଗାଯୋଗ କରାଇବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଉପଖଣ୍ଡିୟ ପୋଲିସ ଅଧିକାରୀ ଠାକୁର ପ୍ରସାଦ ପାତ୍ର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ବହୁ ଡାକ୍ତର ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ