ଗାଡିର ଦାମ ୫୦ହଜାର,ଫାଇନ୍ ଗଣିଲେ ୧.୧୦ଲକ୍ଷ

ପାରଳାଖେମୁଣ୍ଡି, (ତାରିମୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ପରିବହନ ବିଭାଗ ତରଫରୁ ୫୦ ହଜାର ଟଙ୍କାର ମଟରସାଇକେଲକୁ ୧ଲକ୍ଷ୧୦ହଜାରଟଙ୍କା ଫାଇନ୍ ଗଣିବାକୁ ପଡୁଛି । ଘଟଣାରୁ ପ୍ରକାଶ ନୂଆ ମଟରସାଇକେଲ କିଣିଥିବା ଜଣେ ଗ୍ରାହକଙ୍କ ପାଖରେ ଠିକ୍ କାଗଜପତ୍ର ନ ଥିବାରୁ ତାଙ୍କ ସମେତ ଶୋରୁମ୍ ମାଲିକଙ୍କୁ ଜରିମାନା କରିଛି ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଦୁଇ ଚକିଆ ଯାନ ବଜାଜ ପ୍ଲାଟିନା ଜବତ କରାଯାଇ ସେଥିରୁ ମୋଟ ୧ଲକ୍ଷ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବାର ଜଣାପଡିଛି । ଏହି ଗାଡିଟି ଖରିଦ କରିଥିବା ବ୍ୟକ୍ତ ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ତରଭା ଗ୍ରାମର ଜୁବିନାଶ ଭୂୟାଁ ଉକ୍ତ ଗାଡିଟି ପଡୋଶୀ ରାୟଗଡ ଜିଲାର ଜେ.କେ. ରୋଡ ସ୍ଥିତ ସୀତାରାମ ମୋଟର୍ସରୁ ଖରିଦ କରିଥିବା ଜଣାପଡିଛି । ତେବେ ଏହି ଗାଡି ବିକ୍ରିକରିଥିବା ସୀତାରାମ ମୋଟର୍ସ ପକ୍ଷରୁ ଗାଡିର ପଞ୍ଜିକରଣ ସଠିକ ଭାବେ କରାଯାଇନଥିବାରୁ ସୋରୁମ ମାଲିକଙ୍କୁ ଏକ ଲକ୍ଷ ଟଙ୍କା ଜରିମାନାପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଗାଡି କିଣିଥିବା ଶ୍ରୀ ଭୂୟାଁଙ୍କୁ ୧୦ହଜାର ଟଙ୍କା ଜରିମାନା ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ତେବେ ଏଠାରେ ସୂଚନା ଯୋଗ୍ୟ ନୂତନ ପରିବହନ ନିୟମ ଅନୁଯାଇ ଏହିପରି ଜରିମାନା ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ ଏହା ସାଧାରଣରେ ଏକ ଚର୍ଚ୍ଚିତ ବିଷୟ ପାଲଟିଅଛି । ଗାଡିର ମୂଲ୍ୟ ୫୦ ହଜାର ଟଙ୍କା ହୋଇଥିବାବେଳେ ଏହାର ଜରିମାନା ବାବଦରେ ଦୁଇଗୁଣରୁ ଅଧିକ ଅର୍ଥ ରାଶି ଦେବାକୁ ନିର୍ଦ୍ଦେଶ ହୋଇଥିବାରୁ ଏହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ