ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଓ ଆଲଚନା ଚକ୍ର ଅନୁଷ୍ଠିତ ହୋଇଛି |ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ ସାହି ନିକଟସ୍ଥ ଏସ ଏ ଫାଂକ୍ସନ ହସଲ ରେ ଏହି ବୈଠକ ଉପ ସଭାପତି ବି ଗୋପାଳ ରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ର ସଭାପତି ବ୍ରହ୍ମାନନ୍ଦ ମହାରଣା ରାଜ୍ୟ ଉପ ଦେଷ୍ଟା ପ୍ରଫେସର ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥିଭାବେ ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି | ଆସନ୍ତା 29 ତାରିଖ ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ପାଇଁ ଜିଲାରେ ସାଙ୍ଘାଠନିକ ବୈଠକ କରିବା ପାଇଁ ଏହି ବୈଠକ ଅତ୍ୟଧିକ ଗୁରୁତ୍ୱ ବହନ କରଛି | ଆଜିର ବୈଠକ ରେ ରାଜ୍ୟ ସାଙ୍ଗଠନିକ ସମ୍ପାଦିକା ଅଭାଳିନ ପରିଡା, ଜିଲ୍ଲା ସମ୍ପାଦକ ପ୍ରିୟ ରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଭାଗିରଥି ନାୟକ, ବସନ୍ତ ମିଶ୍ର, ଆର.ମଧୁ କୁମାର ଓ ଜିଲ୍ଲାର ସାତ ଗୋଟି ବ୍ଲକ ରୁ ପ୍ରାୟ 500 ରୁ ଉର୍ଦ୍ଧ ଶିକ୍ଷକ ଏହି ସଭା ରେ ଯୋଗଦେଇଥିଲେ | ଶିକ୍ଷକ ଙ୍କ ତିନିଗୋଟି ମୁଖ୍ୟ ଦାବୀ ପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଜଗଦିଶ ପାତ୍ର ସୂଚନା ଦେଇଛନ୍ତି.