ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଧ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି ପ୍ରୋଦୋଷ କୁମାର ନାଇକ ଙ୍କ ନିର୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି 1 ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର ଜାତୀୟ ବିଜ୍ଞାନ ଦିବସ ର ଉଧେଶ୍ୟ ଜ୍ଞାପନ କରି ଏହି ବର୍ଷ ର ମୁଖ୍ୟ ବିଷୟ “ଗ୍ଲୋବାଲ ସାଇନନ୍ସ ଫୋର ଗ୍ଲୋବାଲ ୟେଲବିଙ୍ଗ ” ରହିଛି ବୋଲି କହିଥିବା ବେଳେ ପୂର୍ବତନ ବିଜ୍ଞାନ ନିରୀକ୍ଷକ ତଥା ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନୋବେଲ ପୁରସ୍କାର ବିଜେତା ଓ ଭାରତ ରତ୍ନ ଉପାଧି ପାଇଥିବା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେନକେଟ ରମଣ ଙ୍କ ରମଣ ପ୍ରଭାବ ଉପରେ ଗୁରତ୍ୱ ଆରୋପ କରି ବିଜ୍ଞାନ ର ମହତ୍ୱ ର ପ୍ରସାର ର ଆବଶ୍ୟକ ରହିଛି ବୋଲି କହି ଥିଲେ ପୂର୍ବତନ ତଥା ଅବସର ପ୍ରାପ୍ତ ଗୋଶାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ବୈଜ୍ଞାନିକ କୌଶଳ ଗୁଡିକୁ ମେଜିକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ୧ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼ି. ଏସ. ମୂର୍ତ୍ତି, ୟାଇ. ଧର୍ମରାଓ ଏବଂ ବରିଷ୍ଠ ଶିକ୍ଷକ ସି. ଏଚ. ଭେଣକେତେସୁଲୁ ମଞ୍ଚା ସିନ ଥିଲେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଜଗନ୍ନାଥ ପଟନାୟକ ମଞ୍ଚ ପରିଚାଳନା କରିଥିଲେ ଏହି ଦିବସ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ବିଜ୍ଞାନ ପ୍ରେମୀ ଶିକ୍ଷକ /ଶିକ୍ଷୟତ୍ରୀ ଓ ଛାତ୍ର /ଛାତ୍ରୀ ଯୋଗ ଦେଇଥିଲେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ମହେନ୍ଦ୍ର ଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ କବିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ