ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ସ୍ଥାନୀୟ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକ ଯୋଗଦେଇ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ସମନ୍ଧୀୟ ସୂଚନା ଦେଇ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଅନୁରାଗୀ ମନବଳ ବୃଦ୍ଧି ହେବା ପାଇଁ ପ୍ରେରଣା ଦେଇଥିଲେ lଏହି କାର୍ଯ୍ୟକ୍ରମରେ ପ୍ରଫେସର ଜିତେନ୍ଦ୍ର ନାଥ ପଟ୍ଟନାୟକ , ଉଦ୍ଭିଦ ବିଜ୍ଞାନ ବିଭାଗ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବଦ୍ୟାଳୟ ପାରଳାଖେମୁଣ୍ଡି ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଆସନ୍ତା କାଲି ମଧ୍ୟ ଚାଲୁ ରହିବ l ଏହି ବିଜ୍ଞାନ ପ୍ରଦର୍ଶନ ମେଳାରେ ଜିଲ୍ଲାର ୭ ଗୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି ୧୦୮ଗୋଟି ପ୍ରକଳ୍ପ ପ୍ରଦର୍ଶୀତ ହୋଇଛି l ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ଅଧ୍ୟାୟନ, ବିଜ୍ଞାନ କୁଇଜ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା କାଲି ଉଦଯାପନ ଉତ୍ସବରେ ପ୍ରମାଣ ପାତ୍ର ଦେଇ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଶ୍ରୀ ଆମ୍ଫୋଲୁ ରବି କୁମାର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗଜପତି ଓ ଶ୍ରୀଯୁକ୍ତ ବାଳକୃଷ୍ଣ ପାତ୍ର, କାଉନସିଲର ୱାର୍ଡନଂ-୪, ଶ୍ରୀଯୁକ୍ତ ବାବୁନା ବେହେରା ,କାଉନସିଲର ୱାର୍ଡନଂ- ୩ ଓ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷକ ତଥା ସାଙ୍ଗଠନ ସମ୍ପାଦକ ମହେନ୍ଦ୍ରଗିରି ପୌର ସରକରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର  ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଗଜପତି ଜିଲ୍ଲାର ଯୁବ ଶିକ୍ଷକ ମାନେ ସହୋଦର ପଦାନ କରିଥିଲେ। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଓ ଭାଗବତ ପାଢ଼ୀ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ