ଗଜପତି ନେହେରୁ ଯୁବ କେନ୍ଦ୍ର ଦ୍ୱାରା ବାଣିଜ୍ୟ ଉନ୍ନତି ସ୍ଥାପନ ପାଇଁ ଅନ୍‌ଲାଇନ୍ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଓ ଇଣ୍ଟରନେସନାଲ ଲେବର୍ ଅରଗନାଇଜେସନ୍‌, ଷ୍ଟାର୍‌ଟ ଏଣ୍ଡ ଇଣ୍ଟର ୟୁର ବିଜନେସ ଓ ୟୁନିଟେଡ୍ ନେସନ୍ ଭଲ୍ୟୁଣ୍ଟରର ମିଳିତ ଆନୁକୁଲ୍ୟରେ ନେହେରୁ ଯୁବକେନ୍ଦ୍ର ଗଜପତି ଦ୍ୱାରା ଜିଲ୍ଲାସ୍ତରୀୟ ବଣିଜ୍ୟର ପ୍ରାରମ୍ଭ ଉନ୍ନତି ସ୍ଥାପନା ଏବଂ ଉନ୍ନତି କରଣ ଉପରେ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଆଜି ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ ଡାଇରେକ୍ଟର ଇଷ୍ଟର୍ଣ୍ଣ ଜୋନ ନବୀନ କୁମାର ନାଇକ, ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶିକା ରିତା ଭଗତ୍‌, ନେହେରୁ ଯୁବ କେନ୍ଦ୍ରର ଉପନିର୍ଦ୍ଦେଶକ ବିମଳ ପାଟ୍ରିକ୍ ସା, ପ୍ରୋଜେକ୍ଟ ମ୍ୟାନେଜର ଦେବଜାନୀ ସାମନ୍ତ ରାୟ, ଅଙ୍କତ ଜେଶ୍‌ଓା୍ୱଲ୍ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ୭ଟି ବ୍ଲକର ପ୍ରାୟ ୩୫ ଜଣ ଯୁବକ ଓ ଯୁବତୀ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବାଲକୃଷ୍ଣ ପଣ୍ଡା ପ୍ରଶିକ୍ଷକ ଓ ମଧୁବନ ପାଣ୍ଡେ ମାଷ୍ଟର ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଯୁବା ମାନେ ବାଣିଜ୍ୟ ଉପରେ କିପରି ନିଜର ପନ୍ଥା ଆବଲନମ୍ବନ କରିବେ ତତ୍ ସହ ନୂତନ ପ୍ରକାର ବାଣିଜ୍ୟ କରିବାକୁ ହେଲେ କିପରି ଭାବରେ ଅଗ୍ରଗତି କରିବେ ଏ ନେଇ ଯୋଜନା ଗୁଡିକ ଆଗାମୀ ୭ ଦିନ ତାଲିମ ଶିବିରରେ ଆଲୋକପାତ କରିବେ । ଉକ୍ତ ପ୍ରଶିକ୍ଷଣଟି ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ନେହେରୁ କେନ୍ଦ୍ରର ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜନ କରାଯାଉଥିବା ବେଳେ ମୋହିନୀ ପ୍ରଧାନ ପ୍ରଶିକ୍ଷିକାଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ