ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦୟାଳୟର ସଭାଗୃହ ଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲା ଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ବାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଯୋଗଦେଇ ସଂସ୍କୃତ ବାଷା ଏକ ଦେବଭାଷା ତଥା ଦେବତା ମାନଙ୍କ ବାଷା, ହେଲେ ଏହି ବାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଚି । ତେଣୁ ଏହି ଭାଷାର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଓଡିଶା ପକ୍ଷରୁ ରାଜ୍ୟସଂଘର ଉପସଭାପତି ପଣ୍ଡିତ ଲମ୍ବୋଦର ଶତପଥୀ ଓ ରାଜ୍ୟସଂଘର ଯୁଗ୍ମ ସମ୍ପାଦକ ପଣ୍ଡିତ ବିନାୟକ ତ୍ରିପାଠୀ, ସ୍ଥାନୀୟ ଶ୍ରୀକୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ବିଘ୍ନେଶ୍ୱର ମିଶ୍ର ଏବଂ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ କୁମୁଦ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷାର ମହତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ସାମ୍ପ୍ରତିକ ସ୍ଥିତରେ ସଂସ୍କୃତ ଭାଷାର ସୁରକ୍ଷା କରାଯିବା ସହ ଏହା ଧନ୍ଦାମୂଳକ ଓ ଆଇଟି ଭାଷା ହୋଇ ନ ଥିଲେ ମଧ୍ୟ ତାକୁ ତୃତୀୟ ଭାଷା ସଂସ୍କୃତର ବିକଳ୍ପ ବାଷା ଭାବେ ଅବସ୍ଥାପିତ କରାଯିବାର ଷଡଯନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ଅସଫଳ କରିବା ଏବଂ ସଂସ୍କୃତ ଶିକ୍ଷକ ମାନଙ୍କୁ କ୍ୟାଡର ଅନ୍ତର୍ଭୁକ୍ତ ନକରି ଲାଞ୍ଛନା ଏବଂ ଅବହେଳିତ କରିବାର ପ୍ରଚେଷ୍ଠା ବିଷୟକୁ ମଞ୍ଚାସୀନ ଅତିଥିମାନେ ଘୋର ନିନ୍ଦା କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ଶୁଭାଶିଷ ପତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶୁକାନ୍ତ କୁମାର କର ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯଥା ଶୁଭଲକ୍ଷ୍ମୀ ଦାସ, ଗୌରୀ ଶଙ୍କର ମହାରଣା, ସନ୍ତୋ, କୁମାର ଶତପଥୀ, ସଞ୍ଜୀବ କୁମାର ଦାସ, ସିଏଚ୍ ଭେଙ୍କେଟେଶ୍ୱର ରାଓ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଏହି ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ସଂସ୍କୃତ ଭାଷଣ, ପ୍ରବନ୍ଧ ଓ ଖ୍ଖୋକ ଆବୃତି ପ୍ରତିଯୋଗିତା ଯଥା ସଂସ୍କୃତ ଭାଷଣ, ପ୍ରବନ୍ଧ ଓ ଶ୍ଲୋକ ଆବୃତି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥିମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ । ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ଉଚ୍ଚ ବିଦ୍ୟାଲ୍ୟର ୭୦ରୁ ଅଧିକ ସଂଖ୍ୟାକ ସଂସ୍କୃତ ଶିକ୍ଷକମାନେ ଯୋଗଦେଇଥିଲେ ।


