ଗଜପତି ପ୍ରଶାସନ ଶୁଣିଲା ନାହିଁ ଲୋକେ ଚାନ୍ଦା ଓ ଶ୍ରମ ଦାନ କରି ରାସ୍ତା ନିର୍ମାଣ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ଦିଗରେ ଚିନ୍ତାକରି କୋଟି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାରମ୍ବାର ନିବେଦନ ପରେ ସୁଦ୍ଧା ପ୍ରଶାସନ ଶୁଣିଲା ନାହିଁ. ତେଣୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଜାନୀଗୁଡ଼ା ଗ୍ରାମବାସୀ ନିଜସ୍ୱ ଉଦ୍ଦେଶ୍ୟରେ ଘର ପିଛା ଚାନ୍ଦା ବାହାର କରି ଶ୍ରମ ଦାନ ଦ୍ୱାରା ରାସ୍ତା ତିଆରି କଲେ. ଏଠାରେ ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ଅଧିନସ୍ତ ଆରଡ଼ି ରାସ୍ତା ଠାରୁ ଜାନୀଗୁଡ଼ା ୩କିମି ରାସ୍ତା ଶୌଚନୀୟ ଅବସ୍ଥାରେ ପଡ଼ି ରହିଥିଲା।ଏହି ଗ୍ରାମରେ ପ୍ରାୟ ୧ଶହ ୨୦ଟି ପରିବାର ରହୁଥିବା ଜାନୀଗୁଡ଼ା ବେଳେ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ।ଯାହାଫଳରେ ଗ୍ରାମବାସୀ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏପରିକି ବର୍ଷା ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସ୍ୱାସ୍ଥ୍ୟ ସେବା ବି ପ୍ରଭାବିତ ହେଉଥିଲା।ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବିଡିଓ,ଜିଲ୍ଲାପାଳ ଓ ନେତା ମନ୍ତ୍ରୀଙ୍କୁ ଗୁହାରି କରିଥିଲେ ଗ୍ରାମବାସୀ ଲୁକ ଗମାଙ୍ଗ,ଧୁଖ ରଈତ,ସେରପନ ଭୂୟାଁ,ଆପଲ ରଈତ,ଜିରମିୟ ରଈତ ଓ ୱାର୍ଡ ମେମ୍ବର ଜୋବୁଲା ରଈତ।ହେଲେ ପ୍ରଶାସନ ନଶୁଣିବାରୁ ଗାଁଲୋକେ ନିଜ ଖର୍ଚ୍ଚରେ ଚାନ୍ଦା କରି ସେହି ଅର୍ଥରେ ମାଟି ଓ ମୁରୁମ ଅଣାଯାଇ ଗାଁର ପିଲା ବୁଢା ସମସ୍ତେ ଏକତ୍ରିତ ହୋଇ ଶ୍ରମଦାନ କରି ଗାଁ ରାସ୍ତାକୁ ମରାମତି କରିଛନ୍ତି।ଏନେଇ ସରକାରୀ ଅଧିକାରୀ ମାନଙ୍କ ଇଛାଶକ୍ତି ଅଭାବ ଏବଂ ଉଦାସୀନ ମନୋଭାବ ଯୋଗୁଁ ଉପାନ୍ତ ଅଞ୍ଚଳରେ ବିକାଶ ଠପ ହେଉଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଅନ୍ୟପଟେ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଲିପାରିନାହିଁ।ତେବେ ଦେଖିବାକୁ ବାକି ନୂତନ ସରକାର କେବେ ଏହି ଗରିବ ଆଦିବାସୀଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଉଛନ୍ତି ଏବଂ ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ