ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ଓଡ଼ିଶା ର ଗଜପତି ଶାଖା ପକ୍ଷରୁ ୪ ଦଫା ନେଇ ଜିଲ୍ଲାପାଳ ଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ! ନିଖିଳ ଓଡ଼ିଶା ୬୬୨ (+୨ଓ+୩) ବେସରକାରୀ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ଓଡ଼ିଶାର ଗଜପତି ଶାଖା ତରଫରୁ ସଂଘର ସଭାପତି ରବୀନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ୧୬ ଟି କଲେଜର ଅଧ୍ୟାପକ କର୍ମଚାରୀ 4 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା ସମାନ ଗ୍ରେଡ ପେ କୁ ସମାନ ଦରମା ପ୍ରଦାନ, ସମସ୍ତଙ୍କୁ ପେନସନ ଓ ଅବସର କାଳୀନ ରାଶି ପ୍ରଦାନ, ୨୦୧୮ ଜି ଓ ର କର୍ମଚାରୀଙ୍କୁ ସପ୍ତମ ବେତନ ଦରମା ପ୍ରଦାନ, ବିଭିନ୍ନ ଅସଙ୍ଗତିରେ ବାଦ ପଡିଥିବା କର୍ମଚାରୀ ଙ୍କୁ ଅନୁଦାନ ଏହି ଦାବୀ ଗୁଡିକ ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ