କାଶୀନଗରରେ ରାଜ୍ୟରାଣୀ ଟ୍ରେନ ରହଣି ହେବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଉରକେଲା -ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ରହଣି କାଶୀନଗର ଠାରେ ଷ୍ଟପେଜ ଇଷ୍ଟ କୋଷ୍ଟ ରାଇଲୱାୟ ଜେନେରାଲ ମ୍ୟାନେଜେର ବୋର୍ଡ଼କୁ ଅବଗତ କରି ରହଣି ନିମନ୍ତେ ଆଦେଶ ଦେଇଛନ୍ତି. ଦୀର୍ଘ ଦିନ ହେଲା ରାଜ୍ୟ ରାଣୀ ଏକ୍ସପ୍ରେସ ରହଣି ପାଇଁ ଦାବି ହୋଇଆସୁଥିଲା. ଗତ କାଳୀପୂଜା ବେଳେ କାଶୀନଗର ଠାରେ ହୃଷିକେଶ ଗୌଡ଼ଙ୍କ ନେତୃତ୍ୱରେ ଷ୍ଟେସନ ଠାରେ କାଳୀପୂଜା କରାଯାଇ ରହଣି ନିମନ୍ତେ ଦୁଷ୍ଟି ଆକର୍ଷଣ କରିଥିଲେ. ଏଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ରହଣି ପାଇଁ ସାକାରତ୍ମକ ଉଦ୍ୟମ ଜାରି ରଖିଥିଲେ. ଯାହାରୀ ଫଳରେ ଏଠାରେ ରାଜାରାଣୀ ଷ୍ଟପେଜ ହୋଇପାରିଲା. ରାଜାରାଣୀ ଏକ୍ସପ୍ରେସ ରେ ଅଂଚଳର ଜନସାଧାରଣ ଯାତାୟାତ କଲେ ଏହା ସୁଫଳ ମିଳିବ. ରାଇଲବୟ ର ରାଜସ୍ୱ ବୁଦ୍ଧି ନିମନ୍ତେ ନାଗରିକ ମାନେ ଉଦ୍ୟମ କରନ୍ତୁ. ରାଜାରାଣୀ ଏକ୍ସପ୍ରେସ ରହଣି ନିଷ୍ପତ୍ତି ନିଆଯାଇଥିବୁରୁ ପୂର୍ବତଟ ରାଇଲୱାୟ ର ସାଧାରଣ ପରିଚାଳକ ଅନିଲ କୁମାର ମିଶ୍ର ଓ ଡି ଆର ଏମ ଖୋର୍ଦ୍ଧା ଓ ବଲଟେଇର ଡିଭିଜନ ର ସର୍ବଶ୍ରୀ ହୃଷିକେଶ ଗୌଡ଼ ରବିନ୍ଦ୍ର କୁମାର ମଲ୍ଲିକ ଆଧିବାସୀ ମଞ୍ଚ କାଶୀନଗର ପି. ରାମ ପ୍ରସାଦ କିଶୋର କୁମାର ଜେନା ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି


