ଗଜପତି: ସୁରକ୍ଷା ଦୃଷ୍ଟିରୁ ଲାଗିଲା ସିସିଟିଭି
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାର ମୋହନାରେ ବିଭିନ୍ନ ସମୟରେ ଅସାଧୁ କାର୍ଯ୍ୟକୁ ରୋକିବା ପାଇଁ ଅତ୍ୟାଧୁନ୍ଖଳ ଟେକ୍ନିକ୍ର ସାହାର୍ଯ୍ୟ ନିଆଯାଇଛି । ତେବେ ଇତିମଧ୍ୟରେ ଏହି ଅଂଚଳରେ ବହୁ ଘଟଣା ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ମାନ ଲଗା ଯାଇଛି । ଏବେ ପୋଲିସ ଆଖିରେ ଧୂଳି ଦେଇ ଖସିବା ମହଙ୍ଗା ପଡ଼ିଯିବ, କାହିଁ ନା ଅତ୍ୟାଧୁନିକ ସିସି କ୍ୟାମେରା ଏବେ ଲଗାଯାଇଛି । କିଛି ଦିନ ତଳେ ଏସ୍ପି ସାରା ଶର୍ମା, ଅତିରିକ୍ତ ପିଡ଼ି ସରୋଜ ବେହେରା ବିଭିନ୍ନ ଅଂଚଳକୁ ବୁଲି ଯାଇ ଜିଲ୍ଲାପାଳ ଅନୁପ ସାହଙ୍କ ସହ ଆଲୋଚନା କରିବା ପରେ କେତେକ ସୀମାବର୍ତୀ ଅଂଚଳ ଯଥା ପାଣିଗଣ୍ଡା, ନଳାଘାଟ,କମଳାପୁର, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ ଏହି ସୀମା ଅଂଚଳରେ ପୋଲିସ ଯାଂଚକୁ କଡ଼ାକଡ଼ି କରିବା ସହିତ ଏହି ସ୍ଥାନରେ ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ ରହିଥିଲା । ତେବେ ଆଜି ପାରଳାଖେମୁଣ୍ଡିରୁ ଆସିଥିବା ଏକ ଟିମ୍ ଉକ୍ତ ଅଂଚଳରେ ସିସି କ୍ୟାମେରା ଲଗାଇ ଫେରିଯାଇଥିବା ଜଣାପଡିଛି । ଅନ୍ୟପଟେ ଏସ୍ପି ସାରା ଶର୍ମା କହିଛନ୍ତି ଯେ, ଉକ୍ତ ସ୍ଥାନମାନଙ୍କରେ ୨୪ ପ୍ରହର ଗାଡ଼ି ଯାଂଚ କରାଯିବା ସହ ଯିବାଆସିବା ଗାଡ଼ିମାନଙ୍କର ବିବରଣୀମାନ ଅପ୍ଟୁଡ଼େଟ୍ ରହିବ । ଏନେଇ ଅଂଚଳବାସୀ ଖୁସୀ ଥିବା ବେଳେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।