ଗଜଲକ୍ଷ୍ମୀ ପୂଜାର ଦ୍ଵିତୀୟ ସନ୍ଧ୍ୟା ମହୋତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଜଗନ୍ନାଥ ବଜାର ବଣିକ ସଙ୍ଘ ମାଳଦା ଠାରେ ଅନୁଷ୍ଠିତ ଵାର୍ଷିକ ଗଜଲକ୍ଷ୍ମୀ ପୂଜା ଓ ଭଣ୍ଡାରିପୋଖରୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମହୋତ୍ସବ ଧର୍ମ ସଂସ୍କୃତି କଳା ସାହିତ୍ୟର ନିଦର୍ଶନ ଵୋଲି ମତ ପ୍ରକାଶ କରିଥିଲେ।ଶିକ୍ଷାବିତ୍ ନଟବର ରାଉଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟାପକ କ୍ଷୀରୋଦ ସାମଲ,ସମ୍ମାନୀତ ଅତିଥି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ,ସମାଜ ସେଵୀ ଗୋଲକ ଚନ୍ଦ୍ର ବେହେରା,ସୁଵୋଧ ସାମଲ ପ୍ରମୁଖ ଯୋଗଦେଇ ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଵ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ,ଵରିଷ୍ଠ ନାଗରିକ ଧନେଶ୍ବର ନାୟକ,ଯୁଵ ନେତା ଅନିଲ ଶତପଥୀ,ପ୍ରଶାନ୍ତ ସାହୁ,ଶ୍ୟାମସୁନ୍ଦର ମହାପାତ୍ର,ଅଦୈତ ପରିଡା,କମଳାକାନ୍ତ ସାମଲ ପ୍ରମୁଖ ଯୋଗଦେଇଥିଲେ।ରାଜ୍ୟ ସ୍ତରୀୟ ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାର ସ୍ଵାଗତ ଭାଷଣ ଓ ଆଭିମୁଖ୍ୟ ପ୍ରଦାନ,ପଵିତ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ,ସାମ୍ଵାଦିକ ଦୁର୍ଯ୍ୟୋଧନ ଲେଙ୍କା ମଞ୍ଚ ଆହ୍ବାନ ଓ ବଜାର କମିଟି ସମ୍ପାଦକ ରାଜେନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଗାୟିକା ଗୋରିଵାଳା ସ୍ବାଇଁ, ଯାଦୁଗର ଶରତ କୁମାର ,ହାସ୍ୟ ଅଭିନେତା ଚନ୍ଦନ,ଅଭିନେତ୍ରୀ ଆଦ୍ୟାଶା ନାୟକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ମହୋତ୍ସବ କମିଟି ପକ୍ଷରୁ ସମାଜ ସେବୀ ପ୍ରଜ୍ଞା ପରମିତା ମହାନ୍ତି ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।କାର୍ଯକ୍ରମ କୁ ଗୋପବନ୍ଧୁ ଵାରିକ,ସମ୍ଵୁନାଥ ରାଉତ,ସୁଦାମ ଦାସ,ଦୁର୍ଯ୍ୟୋଧନ ଦାସ,ଶ୍ୟାମସୁନ୍ଦର ଦାସ,ନିଶିକାନ୍ତ ସୂତାର, ନିରଞ୍ଜନ ଵେହୁରିଆ ପ୍ରମୁଖ ପରିଚାଳନା କରିଥିଲେ।