ଗଞ୍ଜାଇ ବେଗ ଛାଡି ବେପାରୀ ଫେରାର-ଜବତ କଲେ ଉପଜିଲ୍ଲାପାଳ

ଚିକିଟି, (କୁରେସ ସାହୁ):ଚିକିଟି ଅବକାରୀ ବିଭାଗ ଅଧିନସ୍ଥ ଓଲପୁର ଓ ସୁବର୍ଣ୍ଣପୁର ରାସ୍ତା ମଝିରେ ଆଜି ଏକ ଗଞ୍ଜେଇ ବେଗ କୁ ଉପଜିଲ୍ଲାପାଳ ଜବତ କରିଛନ୍ତି।ଦୁଇ ଜଣ ଯୁବକ ଏକ କଳା ରଙ୍ଗର pulser 225 ରେ ଏହାକୁ ନେଇ ଯାଉଥିବା ବେଳେ ଉକ୍ତ ଜାଗା ରେ ହଟାତ ଖସି ପଡ଼ିଥିଲା ବେଗ ଟି। ଉଠାଇ ନେବା କୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକ ରୁଣ୍ଡ ହେବା ଯୋଗୁଁ ବେଗ ଛାଡି ସ୍ପୀଡ଼ ରେ ଚାଲି ଯାଇଥିଲେ ଦୁଇ ଯୁବକ।ସେହି ରାସ୍ତା ରେ ଉପଜିଲ୍ଲାପାଳ କୀର୍ତ୍ତି ଭାସନ ଯାଉଥିବା ବେଳ ଅଟକି ତାକୁ ଜବତ କରି ତହସିଲଦାର ହର ପ୍ରସାଦ ଭୋଇ ଙ୍କୁ ହସ୍ତାନ୍ତର କରିଥିଲେ।ଅବକାରୀ ସବ ଇନ୍ସପେକ୍ଟର ତପସ୍ୱିନୀ ବରାଳ ତାକୁ ବିଭାଗୀୟ ନିୟମ ଅନୁଯାୟୀ ଆଣି ମାମଲା ରୁଜୁ କରିଛନ୍ତି ।ଘଟଣା ସ୍ଥଳ ରୁ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ଆଇ ଆଇ ସି ବାଳକୃଷ୍ଣ ପରିଡ଼ା କହିଛନ୍ତି ଏବଂ ଜବତ ଗଞ୍ଜେଇ ର ଓଜନ 3 କେଜି ଥିବା କହିଛନ୍ତି। ୭୯/୨୦-୨୧ ରେ ମାମଲା ରୁଜୁ କରି ବିଭାଗ ଅନୁସନ୍ଧାନକୁ ତ୍ୱରାନ୍ୱିତ କରିଛି।ତେବେ ସବୁବେଳେ ଉକ୍ତ ରାସ୍ତା ରେ ବେଆଇନ କାରବାର ନେଇ ସ୍ଥାନୀୟ ଲୋକେ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ଓ ଦେଖିବାକୁ ବାକି ରହିଲା କି ପ୍ରକାର ପଦକ୍ଷେପ ପ୍ରଶାସନ ତରଫରୁ ନିଆ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ