ଚିକିଟି ରେ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ-ପାତ୍ରପୁର ବିଜୟୀ

ଚିକିଟି, (କୁରେସ ସାହୁ):ଚିକିଟି ପେଣ୍ଠ ବ୍ରହ୍ମା ନଗର ଠାରେ ବ୍ରହ୍ମା ନଗର କ୍ରିକେଟ କ୍ଲବ ଦ୍ବାରା ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି।ସମାଜ ସେବୀ ଧରମା ସାହୁ ଏହାର ଉଦଘାଟନ କରିଥିବା ବେଳେ ରଘୁନନ୍ଦନ ସାହୁ,ଦେବାଶିଷ ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ଚାହିତ କରିଥିଲେ।୮ଟି ଦଳ ଟୁର୍ଣ୍ଣାମେଂଟ ରେ ଭାଗ ନେଇଥିବା ବେଳେ ପାତ୍ରପୁର ଦଳ ଚମ୍ପିୟାନ ହୋଇଥିଲା।ଚାମ୍ପିୟାନ ଦଳ କୁ ଗଣେଶ ଫିଲ୍ଲୀଙ୍ଗ ଷ୍ଟେସନ ତରଫରୁ ୮ ହଜାର ଟଙ୍କା ଓ ସିଲ ଏବଂ ରନରସ ଦଳ କୁ ରାଜକମଲ ଏଯେନସି ତରଫରୁ ୫ହଜାର ଟଙ୍କା ଓ ସିଲ ପ୍ରଦାନ କରାଯାଇଛି।ସାରା ରାତି ଖେଳ ମଧ୍ୟରେ ଫାଇନାଲ୍ ରେ ଓଲପୁର ଓ ପାତ୍ରପୁର ପ୍ରଵେଶ କରିଥିଲେ।ଓଲପୁର ଦଳ ୬ ଅଭେର ରେ ୩୭ ରନ କରିଥିବା ବେଳେ ପାତ୍ରପୁର ଦଳ ୩ ଅଭେର ମଧ୍ୟରେ ୪୦ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା ଏବଂ ଓଲପୁର ଦଳ ରନରସ ଦଳ ଘୋଷିତ ହୋଇଥିଲା।ବେଷ୍ଟ ବୋଲେର ଭାବେ ମାଧବ, ବେଷ୍ଟ ବେଟ୍ସ ମେନ ଅଜୟ, ମେନ ଅଫ ଦି ସିରିଜ ଚିଣ୍ଟୁ, ବେଷ୍ଟ ଫିଲ୍ଡେର କାର୍ତ୍ତିକ, ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ।ଫାଇନାଲ ମେଚ ପରିଚାଲନା ଦାୟିତ୍ୱ ରେ ସୁନିଲ ଏବଂଭିକି ରହିଥିଲେ ଓ ଭାଶ୍ୟକାର ଭାବେ ରାଜି ଭାଇ ଏବଂ ଟୁର୍ଣ୍ଣାମେଂଟ ର ଆୟୋଜନ ଦାଇତ୍ୱ ନେଇଥିଲେ ଶିବାସନ୍ତୋଷ,ଆଦିତ୍ୟ, ଆଶିଷ, ରକି, ଜିତେନ୍, ପପୁ,ସାଗର ସୁମନ।ବ୍ରହ୍ମା ନଗର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ରାତ୍ର କାଳୀନ ଅଞ୍ଚଳ ର ପ୍ରଥମ ଟୁର୍ଣ୍ଣାମେଂଟ କୁ ବିଭିନ୍ନ ମହଲ ରୁ ପ୍ରଶଂସା ମିଳିବା ସହିତ ବହୁ ସଂଖ୍ୟାରେ ଦର୍ଶକ ସାରା ରାତ୍ର ଖେଳ କୁ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ