ଗଞ୍ଜାମ ଏନଏ ସିରେ ମୁକ୍ତା ଦକ୍ଷତା ବିକାଶ କର୍ମଶାଳା

ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ସଭା ଗୃହ ଠାରେ ମୁକ୍ତା ଦକ୍ଷତା ବିକାଶ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସଂଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପରେ ଅଭିଯାନ (ମୁକ୍ତା) ଯୋଜନାରେ ମିଶନ ଶକ୍ତି ଓ ପୋୖର ସଂସ୍ଥା ଅଧିକାରୀଙ୍କ ଦକ୍ଷତା ବିକାଶ ଉପରେ ଅନୁଷ୍ଠିତ କର୍ମଶାଳାକୁ ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ ଉଦଘାଟନ କରିଥିଲେ।ଏହି ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ଗୃହ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସନ୍ନ ପଣ୍ଡା ବିଭିନ୍ନ ଦିଗ ଉପରେ ଉପସ୍ଥିତ ମହିଳା ଗୋଷ୍ଠି ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ସିଟିମିଶନ ରାଜ୍ୟ ମ୍ୟାନେଜର ପ୍ରସନ୍ନ କୁମାର ମହରାଣ ଓ ଜିଲ୍ଲା ମ୍ୟାନେଜର ପବିତ୍ର ନାୟକ କାର୍ଯ୍ୟ ଦକ୍ଷତା ଏବଂ ୱାଡ଼ କୋଡିନେଟର ପରିଚାଳନା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମୁକ୍ତା ସଂଯୋଜକ ଚିନ୍ମୟ ରଞ୍ଜନ ପୃଷ୍ଟି, ସିଓ ସ୍ଵପ୍ନା ରାଣୀ ମହାପାତ୍ର, , ସିଏମଏମ ଭାଗ୍ୟଶ୍ରୀ ନାୟକ, ମୁକ୍ତାର ଜୟ ସାସମଲ,ପୋଗ୍ରାମ ଆସିଷ୍ଟାଣ୍ଡ ପଦ୍ମଚରଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଗଂଜାମ ଏନଏସିର ପଚାଶଟି ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ୱାଡ଼ କୋଡ଼ିନେଟର ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ