ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନାର ଗୋବରକୁଟି ଗାଁ ର ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ୍ । ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରିଛି ପୋଲିସ୍ । ଗତ ଫେବୃଆରୀ୧୦ ତାରିଖରୁ ନିର୍ମଳା ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଚଳାଇଥିବା ସତ କିନ୍ତୁ ନିର୍ମଳାଙ୍କ କୌଣସି ଖବର ପାଇନଥିଲା । ୭୨ ଦିନ ପରେ ନିର୍ମଳାଙ୍କ ହାଡ଼ କଙ୍କାଳ ନିକଟ ଜଙ୍ଗଲରୁ ମିଳିଥିଲା । ଏହାପରେ ସନ୍ଧାନୀ କୁକୁର ଦ୍ଵାରା ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ । ଘଟଣା ସମ୍ପର୍କରେ ଖବରପାଇ ଅଭିଯୁକ୍ତ ଟୁକୁନା ଫେରାର୍ ହୋଇଯାଇ ଥିଲା, ହେଲେ ଶେଷରେ ପୋଲିସ୍ ପଞ୍ଝାରୁ ମୁକୁଳି ପାରିନି ଅଭିଯୁକ୍ତ । ଗଞ୍ଜାମ ସିମାନ୍ତ କାଟିଙ୍ଗିଆ ପଞ୍ଚାୟତର ପଦ୍ମପୁର ଗାଁ ନିକଟ ଜଙ୍ଗଲରୁ ଅଭିଯୁକ୍ତ ଟୁକୁନାକୁ ଗିରଫ କରିଛି ବ୍ରାହ୍ମଣୀଗାଁ ପୋଲିସ୍ । ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ନିଜ ଟିମ୍ ସହ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ୨୦୧୮ ମସିହାରେ ଅଭିଯୁକ୍ତ ଟୁକୁନା ବିରୋଧରେ ମୃତ ବିଧବା ମହିଳା ଧର୍ଷଣ ଅଭିଯୋଗ କରିଥିଲେ। ଏନେଇ ଟୁକୁନାକୁ ଗିରଫ କରିଥିଲା ପୋଲିସ୍ । ଯାମିନ୍ ଦ୍ବାରା ଜେଲ୍ ରୁ ମୁକୁଳିବା ପରେ ପ୍ରତିଶୋଧ ପରାୟଣ ହୋଇ ଟୁକୁନା ସମ୍ପୃକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ହତ୍ୟା ଧମକ ଦେଉଥିଲା ଏବଂ ହତ୍ୟା କରିବାପାଇଁ ସୁଯୋଗ ଖୋଜୁଥିଲେ। ଫେବ୍ରୁଆରୀ୧୦ ତାରିଖରେ ସୁଯୋଗ ପାଇ ନିର୍ମଳାଙ୍କୁ ହତ୍ୟା କରିଥିଲା । ନିଜ ଦୋଷ ସ୍ପିକାର କରିବାସହ ଉକ୍ତ ମହିଳାଙ୍କ ସହ ପୂର୍ବ ଶତ୍ରୁତା ଥିଲା ତେଣୁ ରାସ୍ତା ରୁ ହଟାଇକୁ ମନରେ ସ୍ଥିର କରିଥିଲା । ସୁଯୋଗ ପାଇ ନିର୍ମଳାଙ୍କୁ ହତ୍ୟା କରି ନିଜେ ଗାତ ଖୋଳି ଜଙ୍ଗଲରେ ପୋତି ଦେଇଥିବା ଅଭିଯୁକ୍ତ ବୟାନ ଦେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ