ଗଞ୍ଜାମ- ଗଜପତି ସୀମାନ୍ତ ଜଙ୍ଗଲରୁ ଅଚିହ୍ନା ଗଳିତ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ ଟି.ଗୋବିନ୍ଦପୁର ପଞ୍ଚାୟତ ଗଂଜାମ- ଗଜପତି ସୀମାନ୍ତ ଗୋପାଳଗଣ୍ଡ ଡ୍ୟାମ ନିକଟ ଯୋଗୀବସା ଜଙ୍ଗଲ ସାହାଜାବାଡ଼ ଗ୍ରାମ ନିକଟରେ ପାଟପୁର ପୋଲିସ ବୁଧବାର ଦିନଏକ ଅଚିହ୍ନା ଗଳିତ ମୃତ ଦେହ ଉଦ୍ଧାର କରିଛି l ମୃତ ଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଥିବା ବେଳେ ଜଣେ କୌଣସି ବୃଦ୍ଧ ବୋଲି ଜଣାପଡୁଛି ପରିଚୟ ମିଳିପାରିନାହିଁ l ଖବର ଅନୁଯାୟୀ ଗତ ଗତ ୪ ଦିନ ଉକ୍ତ ଜଙ୍ଗଲରୁ ଦୁର୍ଗନ୍ଧ ବାହାରୁଥିବାରୁ ଗ୍ରାମବାସୀ ପାଟପୁର ପୋଲିସ କୁ ଜଣାଇଥିଲେ l ଖବର ପାଇ ପାଟପୁର ପୋଲିସ ଯୋଗୀବସା ଜଙ୍ଗଲ ର ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରି କୌଣସି ସନ୍ଧାନ ନପାଇ ଫେରିଥିଲେ l ମଙ୍ଗଳବାର ଉକ୍ତ ଜଙ୍ଗଲ ରାସ୍ତା ଦେଇ କେ.ନୂଆଗଡ଼ ଗ୍ରାମର କିଛି ଲୋକ ଆସୁଥିବା ବେଳେ ମୃତ ଦେହ ପଡ଼ିଥିବା ଦେଖି ଗ୍ରାମବାସି ଙ୍କୁ ଜଣାଇଥିଲେ l ଏନେଇ ଗ୍ରାମବାସୀ ଟି.ଗୋବିନ୍ଦପୁର ପୂର୍ବତନ ପଞ୍ଚାୟତ ସରପଞ୍ଚ ମଙ୍ଗଳା ଗମାଙ୍ଗୋ କୁ ଖବର ଦେଇଥିଲେ l ଏନେଇ ମଙ୍ଗଳା ଗମାଙ୍ଗ ପାଟପୁର ଥାନାରେ ଖବର ଦେଇଥିଲେ l ଖବର ପାଇ ପାଟପୁର ପୋଲିସ ଥାନା ଏସଆଇ ଟୁନା ପୀଡ଼ିକା, ଏଏସଆଇ ପରମେଶ୍ୱର ମାଲିକ, ସଦଳବଳେ ବୁଧବାର ଉକ୍ତ ଜଙ୍ଗଲରେ ରେ ପହଞ୍ଚି ଗଳିତ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିବା ଜଣାପଡିଛି l ଏନେଇ ପାଟପୁର ପୋଲିସ ୦୮/୨୨ ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବର୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ l ଅନ୍ୟପକ୍ଷେ ମୃତ ବୃଦ୍ଧ ଙ୍କ ପରିଚୟ ତଦନ୍ତ ପାଇଁ ପୋଲିସ ଆଖପାଖ ଥାନା ଓ ଗଜପତି ଜିଲ୍ଲା ର ଥାନା ଗୁଡିକୁ ସୂଚନା ପଠାଇବ। ଇତି ମଧ୍ୟରେ ନିକଟସ୍ଥ ଥାନା ର ନିଖୋଜ ରିପୋର୍ଟ ଯାଞ୍ଚ କରାଯାଇଥିଲେ ମଧ୍ୟ ବୃଦ୍ଧ ଙ୍କ ସହ ସେପରି କିଛି ସାମଞ୍ଜସ୍ୟ ମିଳିନି। ବୃଦ୍ଧ ଙ୍କ ବୟସ ୫୦ ରୁ ୬୦ ବର୍ଷ ହୋଇଥିବା ଅନୁମାନ କରିଥିବା ପୋଲିସ କହିଛି ।


