ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮କୁ ବୃଦ୍ଧି. ୫୪୫ ଜଣ ସୁସ୍ଥ 

ଗଞ୍ଜାମ, (ଅନିଲ କୁମାର ) : ଗଞ୍ଜାମ ଜିଲ୍ଲାରେ ଶନିବାର ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ କୁ ବୃଦ୍ଧି ପାଇଛି । ଶୁକ୍ରବାର ସୁଦ୍ଧା ସଂଖ୍ୟା ୬୫୮ ଥିଲା । ସେମାନଙ୍କ ମଧ୍ୟରୁ ୫୪୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଂଟାଇନରେ ରହିବାକୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି । ଜିଲ୍ଲାରେ କରୋନାଜନିତ ୧୦୮ ସକ୍ରିୟ ମାମଲା ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୂର୍ବରୁ ରେଡ୍ ଜୋନ୍ ରେ ରହିଛି । ଶନିବାର ଓ ରବିବାର ସପ୍ତାହକୁ ଦୁଇ ଦିନ ଜିଲ୍ଲାରେ ସଟ୍ ଡାଉନ୍ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ