ଗଞ୍ଜାମ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଦିବସ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ବ୍ଳକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ରେ କନିଷ୍ଠ କୁଇଜ୍ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରଥମ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଚନ୍ଦ୍ରଶେଖର ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଛତ୍ରପୁର ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସୁରଭିରେ କୃତିତ୍ୱ ହାସଲ କରିଥିବା ଆସିକାର ସୁନାପୁଅ ଚନ୍ଦ୍ରଶେଖର ଜେନାଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସାଙ୍ଗକୁ ତାଙ୍କର ଅପୂର୍ବ ପାରଦର୍ଶିତାକୁ ଭୂୟସୀ ପ୍ରଶଂସା କରିଥିବା ଲକ୍ଷ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଡଃ ସରୋଜ ମୋହନ ପାଳଙ୍କ ସମେତ ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ଓ ମନ୍ଦାକିନୀ ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ରେ ଗଂଜାମ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା ଓ ଗୃହିଣୀ ଭାଗ୍ୟଲକ୍ଷ୍ମୀ ଜେନାଙ୍କ ସୁପୁତ୍ର ଚନ୍ଦ୍ରଶେଖର ଜେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ମେଧାବୀ ଛାତ୍ରୀ ଆୟୁଷ୍ମାନ ଚନ୍ଦ୍ରଶେଖର ଜେନା ପିଲାଟି ଦିନରୁ ଶିକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଚାଲିଛନ୍ତି । ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗ୍ରାମର ବାସିନ୍ଦା ତଥା ପ୍ରାକ୍ତନ ବାବନପୁର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବ ଶଙ୍କର ଜେନା ଓ ଗୃହିଣୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଜେନାଙ୍କ କନିଷ୍ଠ ପୁତ୍ର ଚନ୍ଦ୍ରଶେଖର ଜେନା ପୂର୍ବରୁ ପଞ୍ଚମ ଶ୍ରେଣୀରେ ସରକାରୀ ବୃତ୍ତି ପାଇବା ସହ ଓଡିଶା ଆଦର୍ଶ ବିଦ୍ୟାଳୟ ଚୟନ ପରୀକ୍ଷାରେ ମଧ୍ୟ ବ୍ଳକ ଟପର୍ ହୋଇଥିଲେ । ଅତୀତରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଓଡିଆ ଭାଷା କୁଇଜ୍ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରୁ ଶ୍ରେଷ୍ଠ ସ୍ଥାନ ଅଧିକାରୀ କରି ରାଜ୍ୟସ୍ତରକୁ ମଧ୍ୟ ଯାଇଥିଲେ । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ରେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରି କନିଷ୍ଠ ବର୍ଗ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ହୋଇ ସମ୍ମାନିତ ହୋଇଥିବା ଚନ୍ଦ୍ରଶେଖର ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।