ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଗାଙ୍ଗପୁର ଥାନା ପରିଦର୍ଶନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରୀଜେଶ କୁମାର ରାୟ ଗାଙ୍ଗପୁର ଥାନା ପରିଦର୍ଶନରେ ଆସି ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି | ଥାନା ଅଧିକାରୀ ଶ୍ରୀ ଦାସଙ୍କ ସୂଚନା ପ୍ରକାରେ ଗଞ୍ଜାମ ଏସ୍.ପି ଶ୍ରୀ ରାୟ ଆଜି ପ୍ରାୟ ଦିନ ଗୋଟାଏ ବେଳେ ଗାଙ୍ଗପୁର ଥାନାକୁ ଆସି ଥାନା ଅଧିକାରୀଙ୍କ ସହ ଅଞ୍ଚଳର ନିଶା ଦ୍ରବ୍ୟ କାରବାର, ନାରୀ ନିର୍ଯାତନା, ଚୋରି, ଜୁଆ ଖେଳ ଭଳି ବିଭିନ୍ନ କେସ୍ ସମ୍ବନ୍ଧରେ ଆଲୋଚନା କରି କେସ୍ ଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ | କରୋନା କଟକଣା ସମୟରେ ଗାଙ୍ଗପୁର ପୋଲିସ୍ ର ନିଃସ୍ୱାର୍ଥପର ସେବାକୁ ବେଶ୍ ପ୍ରଶଂସା କରିବା ସହ ଆଗାମୀ ଦିନ ମାନଙ୍କରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ସହ ଜନ ସାଧାରଣଙ୍କର ଅଧିକ ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ | ବିଶେଷ କରି ଏବେ ପୂଜା ସମୟ ଚାଲି ଥିବାରୁ ଏବଂ ବାହାର ରାଜ୍ୟରୁ ଅଧିକାଂଶ ଲୋକେ ଫେରି ଗାଆଁରେ ଥିବାରୁ ଚୋରି ଏବଂ ଜୁଆ ଖେକ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦେଇଥିଲେ | ଏହା ସହ ଥାନା ପରିସରରେ ବୁଲି ଏହାର ସ୍ଵଚ୍ଛତା ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ଵ ଦେଇଥିଲେ | ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ଥାନା ପରିଦର୍ଶନ କରି ଅପରାହ୍ନ ଚାରିଟା ସମୟରେ ଫେରି ଯାଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ