ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ସମସ୍ତ ଥାନାରେ ଏତଲା
ବ୍ରହ୍ମପୁର, (ଅନିଲ କୁମାର):ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ବିଷୟକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ସମସ୍ତ ଥାନାରେ (FIR) ଏତଲା ଦାୟର କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ଏବଂ ବ୍ରହ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ ସହଯୋଗରେ ବ୍ରହ୍ମପୁର ମହାନଗର ଠାରେ ସ୍ଥାନୀୟ କମାପଲ୍ଲୀ ଛକ ଠାରୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ପ୍ରଥମେ ବୈଦ୍ୟନାଥପୁର ଥାନା,ତା’ପରେ ଭାପୁର ବଜାର ସ୍ଥିତ ନିମଖଣ୍ଡି ଥାନା,ବଡ଼ ବଜାର ଥାନା,ଟାଉନ ଥାନା ଶେଷରେ ଗୋସାଇଁନୂଆଗାଁ ଥାନା ଠାରେ ପହଞ୍ଚି ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ରାଜ୍ୟର ପୋଲିସ ଡ଼ିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡ଼ିସିପିଙ୍କ ନାମରେ ଏତଲା ଦାୟର କରିଛନ୍ତି । ଗତ ଫେବୃୟାରୀ ୨୮ ତାରିଖ ଦିନ ବିଜେପି ଯୁବମୋର୍ଚ୍ଚା,ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୂଚନା ଦିଆଯାଇଥିଲା । ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା । ସାଧା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ଡା ମାନଙ୍କର ମିଳିତ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି । ଶୋଭାଯାତ୍ରା ସମୟରେ ଆମ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅସଦାଚାରଣ ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯାଇଥିଲା,ଯାହାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । ପୋଲିସ ଡିଜି ସୁନିଲ ବଂଶଲ, ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ଘଟଣାର ନିରପେକ୍ଷ ତଦନ୍ତ ନ କରି ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ପୋଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଭାରତୀୟ ଜନତା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ପୋଲିସ ଯେଉଁଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି, ସେଥିରେ ରାଜ୍ୟର ସାଢେ ୪ କୋଟି ଓଡ଼ିଆ ମାନସିକ ସ୍ତରରେ ଆଘାତ ପାଇଛନ୍ତି । ପୋଲିସ ପ୍ରଶାସନର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ପୋଲିସ ଡିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଆମ କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି । ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କୁ ପୋଲିସ ଏଏସଆଇ ହତ୍ୟା କରିଛି । ଏହି କଥାକୁ ବିଜେପି ବାରମ୍ବାର କହୁଥିବାରୁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି । ସେଥିପାଇଁ ପୋଲିସ ଏପରି କାର୍ଯ୍ୟ କରିଛି । ତେଣୁ ପୋଲିସ ଡିଜି,ଭୁବନେଶ୍ୱର-କଟକ ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ପକ୍ଷରୁ କୁହାଯାଇଛି । ନଚେତ୍ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଚେତାବନୀ ଦେଇଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ତୁତୁନ ପାତ୍ର,ସମ୍ପାଦକ ମାତା ପ୍ରସାଦ ନାୟକ,ଜଗଦୀଶ ପ୍ରଧାନ, ମନୋଜ ମହାରଣା,କମଲ୍ ପାତ୍ର,ଚିଦାନନ୍ଦ ପଟ୍ଟନାୟକ,ସିଏଚ୍.ସାଇ,ସୁମିତ୍ ପାତ୍ର,ପି.ବାସୁଦେବ,ଦେବୁନ୍ ପଟ୍ଟନାୟକ, ସରୋଜ ଦାସ,ଡ଼ି.ଅନିଲ ରାଓ, କେ.ସନ୍ଦୀପ,କର୍ପୋରେଟର ପ୍ରଦୀପ ଶତପଥି,କର୍ପୋରେଟର ଡ଼ି.କରୁଣାକର, କର୍ପୋରେଟର ତଥା ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ବନିତା ସାହୁ,କର୍ପୋରେଟର ରଞ୍ଜିତା ବେହେରା,କର୍ପୋରେଟର ସାବିତ୍ରୀ ନାୟକ,ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଏଲ୍.ମୋହନ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଅଭିମନ୍ୟୁ ସାହୁ,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସରୋଜ ପାତ୍ର,ସତ୍ୟ ନାରାୟଣ ବସନ୍ତିଆ,ଶିବ ପାତ୍ର,ସମିତି ସଭ୍ୟ ଚଣ୍ଡୀ ପ୍ରସାଦ ସାହୁ, ସୁମନ ଶତପଥି,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ, ବର୍ଷା ବିଦ୍ୟୁସ୍ମିତା ପାଳ,ପ୍ରେମଶିଳା ନନ୍ଦ, ବାଙ୍କାନିଧି ସେଠୀ,ରବି ନାରାୟଣ ସାବତ,ମିଲନ ସିଂ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।