ଗଞ୍ଜାମ ଜିଲ୍ଳାପାଳଙ୍କ ନେଟେଙ୍ଗା ଗୋଶାଳା ପରିଦର୍ଶନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଗସ୍ତର ଗୋଟିଏ ଦିନପରେ ଗଞ୍ଜାମ ଜିଲ୍ଳାପାଳଙ୍କ ବେଲଗୁଣ୍ଠା ବ୍ଳକ୍ ର ନେଟେଙ୍ଗା ସ୍ଥିତ ଗୋଶାଳା ପରିଦର୍ଶନ କାର୍ଯ୍ୟକ୍ରମ ଅଞ୍ଚଳରେ ଦୁଗ୍ଧ ଚାଷୀଙ୍କ ମନରେ ଏକ ନୂତନ ଆଶାର ସଞ୍ଚାର କରିଛି I ସୂଚନା ପ୍ରକାରେ ଆଜି ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଡି. କିର୍ତ୍ତୀ ଭାସନ୍ ନେଟେଙ୍ଗା ସ୍ଥିତ ଗୋଶାଳା ପରିଦର୍ଶନ କରି ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ I ଏଠାରୁ ଉନ୍ନତମାନର ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ସହିତ ଏହି ସାମଗ୍ରୀ ଗୁଡ଼ିକର ବଜାର ବ୍ୟବସ୍ଥା କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଳାପାଳ ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ I ଆଜି ଜିଲ୍ଳାପାଳ ଶ୍ରୀ ପରିଡ଼ା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଭାସନ୍ ଙ୍କ ଗୋଶାଳା ପରିଦର୍ଶନ ସମୟରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ,ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ଏବଂ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଭାସନ୍ ଗତକାଲି ବେଲଗୁଣ୍ଠା ଗସ୍ତରେ ଆସି ମଧ୍ୟ ଏହି ଗୋଶାଳାକୁ ପରିଦର୍ଶନ କରିଥିଲେ I