ଗଞ୍ଜାମ ବିଇଓଙ୍କ ଵିରୋଧରେ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ
ଗଞ୍ଜାମ, (ବିନୋଦ ପଲାଇ):ଦୁର୍ନୀତିରେ ଲିପ୍ତଥିବା, ପ୍ରିୟାପ୍ରୀତି ପୋଷଣ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅସଦବ୍ୟବହାର କରିବା, ନିଜର ଵ୍ୟକ୍ତିଗତ କବିତା ଘର ଟ୍ରଷ୍ଟ ନାଁରେ ସିଆରସିସିଙ୍କୁ ଲଗାଇ ଅର୍ଥ ଆଦାୟ କରିବା, ବେଆଇନ ଭାବେ ନିଜ ଲୋକଙ୍କୁ ଡେପୁଟିସନରେ ଆଣିବା , ନେଇ ସମୟରେ ବିବାଦ ଅଭିଯୋଗ ରହିଆସିଥିବା ଗଞ୍ଜାମ ବିଇଓ ଭାଗିରଥି ବେହେରା ପୁଣି ଜଣେ ସିନିୟର ପ୍ରଧାନ ଶିକ୍ଷକଙ୍କୁ ଦୁବ୍ୟବହାର କରିବା ନେଇ ବିବାଦ ଘେରକୁ ଆସିଛନ୍ତି। ଯାହାକୁ ନେଇ ତାତିଛନ୍ତି ଶିକ୍ଷକ ସଂଘ। ତାଙ୍କ ଉପରେ ହେଉଥିବା ନେଇ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଇଓ କାର୍ଯ୍ୟଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣାରେ ବସିଥିଲେ।ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନରେ ଏୟୁପିଟିଏଫର ଶିକ୍ଷକ ସଂଘ ସାମିଲ ହୋଇଥିଲା। ପୂର୍ବରୁ ଶିକ୍ଷକ ସଂଘ ଆନ୍ଦୋଳନ କରିବ ବୋଲି ନୋଟିସ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ବିଇଓ ଭାଗିରଥି ବେହେରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅସଦ ବ୍ୟବହାର, ତ୍ରି. ଆର ଆର ସାହିତ୍ୟ ଘର ନାଁ ରେ ହଜାର ହଜାର ଟଙ୍କା ବେଆଇନ ଅର୍ଥ ଆଦାୟ କରୁଥିବା ସାଙ୍ଗକୁ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସେମାନଙ୍କର ବିଭିନ୍ନ ପ୍ରାପ୍ୟ ଦେଉନଥିବା ପ୍ରତିବାଦରେ ବିଇଓ କାର୍ଯ୍ୟାଳୟ ସମୁଖ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଥିଲା l ବିଇଓ ଶ୍ରୀ ବେହେରା ସ୍କୁଲ ରେ ସାହିତ୍ୟ ଘର ନାଁ ରେ ଶିକ୍ଷାବିଭାଗ ର କୌଣସି ନିର୍ଦ୍ଧେଶନାମା ନଥାଇ ଗୋଟିଏ ଗୋଟିଏ ସ୍କୁଲ ରେ ଏହି କାର୍ଯ୍ୟକ୍ରମ କରୁଛନ୍ତି l ୧୦ରୁ ୧୫ହଜାର ଟଙ୍କା ସ୍କୁଲ ର ଖର୍ଚ୍ଚ ହେଉଛି l ଏଥି ପାଇଁ ସରକାରଙ୍କ ପକ୍ଷରୁ କୌଣସି ଟଙ୍କା ଆସୁନାହିଁ l ପ୍ରଧାନ ଶିକ୍ଷଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ମାନେ ଏହି ଅର୍ଥ ଭୟରେ ଦେଉଛନ୍ତି l କାରଣ କାର୍ଯ୍ୟାନୁଷ୍ଠାନ ହେବ ଵୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପ୍ରାଥମିକ ଶିକ୍ଷକ ମାନେ l ଏହା ସହିତ କୌଣସି କାମ ରେ ବିଇଓ କାର୍ଯ୍ୟାଳୟକୁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଆସିଲେ ସେମାନଙ୍କୁ ଅସଦ ବ୍ୟବହାର କରୁଛନ୍ତି l ନିକଟରେ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଅଫିସରୁ ଗେଟାଉଟ କହି ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଛନ୍ତି l ଏହିପରିକି ଶିକ୍ଷକ ଶିକ୍ଷୟତ୍ରୀଙ୍କ କୌଣସି ପ୍ରକାର ଆର୍ଥିକ ସହାୟତା ଦେଉନଥିବା ଅଭିଯୋଗ ଆଣିଛନ୍ତି l ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଇଓ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବା ବେଳେ ପରେ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଥିବା ବିଇଓ ଙ୍କ କାର୍ଯ୍ୟାଳୟ ସମୁଖ ରେ ଧାରଣାଦେଇଥିଲେ l


