ଗଞ୍ଜାମ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟର ଆଠ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବାଇରୀ ଦେବୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଦିବସରେ ଅଧ୍ୟକ୍ଷ ଶ୍ରୀ ସୀମାଞ୍ଚଳ ଭୋଳ,ଜିଲ୍ଲା ସଂଯୋଜକ ଡ଼ଃ. ରିଙ୍କୁରାଜ ବେହେରା ଯୋଗଦେଇ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଳିଳ ମନ୍ତବ୍ୟ, ଅସଦାଚରଣ ଇତ୍ୟାଦି ବୈମାନୁଷିକ ଆଚ଼ରଣ ତଥା କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ଓଡ଼ିଶା ସରକାରଙ୍କ ଅଭିନବ ଆୟୋଜନା lପ୍ରଶିକ୍ଷିକା ଭାବେ ସୁଶ୍ରୀ ରୀତା ଦାଶ ଯୋଗଦେଇଥିଲେ l ଏହି ଅବସରରେ ଆଠ ଜଣ ତାଲିମପ୍ରାପ୍ତ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ପ୍ରଦର୍ଶନ କରିଥିବା ବେଳେ, ତାଲିମ ନେଇଥିବା ସମସ୍ତ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରମାଣପତ୍ର ପ୍ରଦାନ କରିଥିଲେ ଅତିଥି ମାନେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସୁଶ୍ରୀ ଅରୁନ୍ଧୂତି ସିଂ l ଏହି ଶିବରକୁ ପ୍ରଥମ ଦିବସରେ ଏହାକୁ ଉଦଘାଟନ କରିଥିଲେ,ମହାବିଦ୍ୟାଳୟର ଅଧ୍ୟକ୍ଷ ଭୋଳ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ