ଗଞ୍ଜାମ ମହାବିଦ୍ୟାଳୟର ୫୩ ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ମହାବିଦ୍ୟାଳୟର ୫୩ ତମ ପ୍ରତିଷ୍ଠା ଦିବସ ପାଳିତ ଗୁଗଲ ମିଟ ମାଧ୍ୟମରେ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କଲେଜ ର ସ୍ମାଟ କ୍ଳାସ ରୁମ ପାଇଁ ୧୪ ଲକ୍ଷ ଟଙ୍କା ବିଧାୟକ ଙ୍କ ଆଞ୍ଚଳିକ ପାଣ୍ଠି ରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।ମୁଖ୍ୟବକ୍ତା ଭାବେ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦେଶକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଗଞ୍ଜାମ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ୧୨୮ ସିଟ ବଦଳରେ ୬୪ ସିଟ ରହିବା ନେଇ ସେ ପ୍ରତିଶ୍ରୁତି ଦେଇଥିଲେ। କଲେଜ କୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସିଥିବା ବେଳେ ତାଙ୍କୁ ସହଯୋଗ ମିଳିନଥିବା ସେ କହିଥିଲେ ତେଣୁ ସମସ୍ତଙ୍କ ସହଯୋଗ ମିଳିଲେ କଲେଜ ର ନିଶ୍ଚିତ ବିକାଶ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।ଅଧ୍ୟାପିକା ଡ଼ଃ.ସ୍ମରଣିକା ହୋତା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଡ଼ଃ.ଲୋକନାଥ ମିଶ୍ର ନିଜସ୍ୱ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ।ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ଧନ୍ୟବାଦ ଅର୍ପଣ କରିବା ସହ କଲେଜ ର ବିକାଶ ପାଇଁ ପୁରାତନ ଛାତ୍ର ମାନଙ୍କ ସହଯୋଗ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ,ପୁରାତନ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରଥିନିଧି ଭାଗ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ