ଗଞ୍ଜାମ ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ

ଗଞ୍ଜାମ, (ବିନୋଦ ପଲାଇ):ମଣିଷକୁ ପୂର୍ଣାଙ୍ଗ ମଣିଷ ହେବା ପାଇଁ ଉଚ୍ଚ ଶିକ୍ଷାର ଆବଶ୍ୟକ। ଉଚ୍ଚ ଶିକ୍ଷା ମଣିଷକୁ ସଫଳତାରେ ପହଞ୍ଚାଇ ଦିଏ , ଜାହା ଆମକୁ ପ୍ରେରଣା ଦେଇଥାଏ। ଅନ୍ୟର ସଫଳତା ଦେଖି ଈର୍ଷ୍ୟା ନୁହେଁ ବରଂ ଉତ୍ସାହିତ ହେବା ଆବଶ୍ୟକ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଗଞ୍ଜାମ ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ପ୍ରବୀଣ କୁମାରନନ୍ଦ ଙ୍କ ପୌରହିତ୍ୟିରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସଵରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଗଞ୍ଜାମ ମହାବିଦ୍ୟାଳୟ ୫ଟି ରେ ଆସିଯାଇଥିବାରୁ ଏହାର ବିକାଶ ପାଇଁ ଦୁଇକୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଆସିବ ବୋଲି କହିଛନ୍ତି।ଆଜିର ଦିନଟି ଶିକ୍ଷାର ମନ୍ଦିର ପାଇଁ ସ୍ମରଣୀୟ ଦିନ ବୋଲି କହିଥିଲେ। ଅନ୍ୟତମ ସମ୍ମାନିୟ ଅତିଥି ରୂପେ ଉଚ୍ଚଶିକ୍ଷା ବିଭାଗର ବ୍ରହ୍ମପୁର ଆଞ୍ଚଳିକ ନିର୍ଦେଶକ ଡ଼ଃ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଆଜିର ପିଢୀକୁ ମୋବାଇଲ ଧ୍ଵଂସମୁଖକୁ ଟାଣିନେଲାଣି। ଡ୍ରଗ୍ସ ଠାରୁ ଏହା ମାରାତ୍ମକ ।ଏହାଠାରୁ ନିହାତି ଆବଶ୍ୟକ ବ୍ୟବହାର କରିବା ଦରକାର। ମଣିଷର ପତ୍ତନଗାମୀ ପାଇଁ ଅହଂକାର , ଇର୍ଷାହିଁ ଦାୟୀ ବୋଲି କହିଥିଲେ। ଅନ୍ୟତମ ସମ୍ମାନିୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଅଧୟନ ଅପେକ୍ଷା ଚରିତ୍ର , ଶୃଙ୍ଖଳା ,ନିତାନ୍ତ ଅପରିହାଯ୍ୟ। ସକାରତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସହିଁ ସଫଳତାର ମାପକାଠି ବୋଲି କହିଥିଲେ। ପ୍ରତିଷ୍ଠା ସମାରୋହର ଆବାହକ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ପ୍ରାଧ୍ୟାପିକା ଡ଼ଃ. ସ୍ମରଣୀକା ହୋତା ବିବରଣୀ ପଠା କରିଥିବା ବେଳେ , ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ସୁଶାନ୍ତ କୁମାର ମହାନନ୍ଦ। ଅଧ୍ୟାପକ ଦୁର୍ଗା ପ୍ରସାଦ ଦାସ ଓ ଅଧ୍ୟାପିକା ଅରୁନ୍ଧତି ସିଂ ସଂଯୋଜନାରେ ପୁରସ୍କାର ବିତରଣ କରଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, ପୁର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ,ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ,ଜିଲ୍ଲାପରିଷଦସଭ୍ୟ ସନାତନ ବେହେରା, କାଉନସିଲର ପୁରୁଷୋତ୍ତମ ସାହୁ, ଏସ.ଚନ୍ଦ୍ରଶେଖର, ସୁଜାତା ମହାନ୍ତି, ସୁଜାତା ବେହେରା, ଯୁବ ବିଜେଡି ସଭାପତି ସୁଧୀର ପାଢ଼ୀ, ଅଧ୍ୟାପକ, ଅଧ୍ୟାପିକା, ବିଦ୍ୟାର୍ଥୀପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ