ନିରାଶ୍ରୟର ଶବ ଉଠାଇଲେ ତାକରଡା ସରପଞ୍ଚ

ବୁଗୁଡା, (ଅନିଲ କୁମାର ମହାରଣା):ଦିର୍ଘ ୧୪ ଘଣ୍ଟା ଧରି ଶବ ପଡି ରହିଥିଲେ ରହିଥିଲା ଘରେ। ସ୍ଥାନୀୟ ସରପଞ୍ଚ ଓ ଗୋପବନ୍ଧୁ ଚାରିଟେବୁଲ୍ ଟ୍ରଷ୍ଟ ସଦସ୍ୟ ବୃନ୍ଦ ଜାଣିବା ପରେ ଶବ ଉଠିଥିଲା ଘରୁ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ତାକରଡା ଗ୍ରାମରେ। ତାକରଡା ଗ୍ରାମର ବଡ ଦାଣ୍ତ ସାହିରେ ବାସ କରୁଥିବା ନିରାଶ୍ରୟ ବୃଦ୍ଧା ମୁଣ୍ତା ମୁଳିଙ୍କ ଗତକାଲି ସନ୍ଧ୍ୟା ସମୟରେ ମୁତ୍ଯୁ ହୋଇଥିଲା। ମୁଣ୍ତା ମୁଳିଙ୍କ ପରିବାରର କେହି ସଦସ୍ଯ ନଥିବା ବେଳେ ମୃତ୍ୟୁ ପରେ ଦିର୍ଘ ୧୪ ଘଣ୍ଟା ଧରି ଘର ଭିତରେ ଶବ ପଡିରହିଥିଲା । ଖବର ପାଇଁ ତାକରଡା ସରପଞ୍ଚଙ୍କ ନେତୃତ୍ବରେ କିଛି ଗ୍ରାମବାସୀ ଓ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ମିଳିତ ଉଦ୍ୟମରେ ଶବ ସଂସ୍କାର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ