ଗଞ୍ଜାମ ରେଡ୍ଡୀ ମହାଜନ ସଂଘ ର ବୈଠକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ମାଁ କୁରେଇଶୁଣୀ ମନ୍ଦିର ପରିସରରେ ରବିବାର ଗଞ୍ଜାମ ରେଡ୍ଡୀ ମହାଜନ ସଂଘ ଚାରି ତାଲୁକା ରେଡ୍ଡୀ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଚାରି ତାଲୁକା ରେଡ୍ଡୀ ସମାଜ ସଭାପତି ଏମ.ନୀରଞ୍ଜନ ରେଡ୍ଡୀ  ସଭାପତିତ୍ବ କରିଥିବା ବେଳେ ଉପସଭାପତି ଏଲ.ଭାସ୍କର ରେଡ୍ଡୀ, କୋଷାଧ୍ୟକ୍ଷ ପ୍ରଶାନ୍ତ ରେଡ୍ଡୀ, ସହ ସମ୍ପାଦକ ଏ.ମାଧବ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ଜୋନ୍ ମେମ୍ବର, ଉପଦେଷ୍ଟା ଏଵଂ ଯାଞ୍ଚ କମିଟି ସଦସ୍ୟ ଙ୍କ ସହଯୋଗ ରେ ସଭା କାର୍ଯ୍ୟ ଶେଷ ହୋଇଥିଲା। ରେଡ୍ଡୀ ସମାଜର  ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା। ଏହି ବୈଠକ ରେ  ଏମ. ଦେବେନ୍ଦ୍ର ରେଡ୍ଡୀ, ଏସ. ସିମାଞ୍ଚଳ ରେଡ୍ଡୀ, ଏମ. ଗୋପାଳ ରେଡ୍ଡୀ, ଏମ. ତ୍ରିନାଥ ରେଡ୍ଡୀ, ଏସ. ପଦ୍ମଚରଣ ରେଡ୍ଡୀ, ନାରାୟଣ ରେଡ୍ଡୀ, ଶକ୍ତି ରେଡ୍ଡୀ ଙ୍କ ସମେତ ସମସ୍ତ ଗ୍ରାମର ରେଡ୍ଡୀ ସମାଜର ସଭାପତି ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ