ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ବେଳେ ମାଡି ବସିଲା ପୋଲିସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ପଞ୍ଝାରେ ପଡିଛି ଏକ ବଡ଼ ଗଞ୍ଜେଇ ଚାଲାଣକାରୀ ରାକେଟ । ଯାହାକୁ ନେଇ ପୁଲିସ ଏବେ ଚଳଚଞ୍ଚଳ ହୋଇ ପଡିଛି । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବାଲିଗୁଡା ଏସଡିପିଓ ରାହୁଲ ଗୋଏଲଙ୍କ ନିର୍ଦେଶରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଙ୍କ ଉପସ୍ଥିତରେ ପୁଲିସ ପକ୍ଷରୁ ବାଦେକେତା ରାସ୍ତା ରେ ବ୍ଲକିଂ କରି ଗାଡି ମୋଟର ଚେକିଙ୍ଗ କରୁଥିବା ବେଳେ ସେହି ରାସ୍ତା ପାର୍ଶ୍ଵ ରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୁଲିସ ର ବ୍ଲକିଂ ଓ ଚେକିଙ୍ଗ ଦେଖି ଘଟଣା ସ୍ଥଳରୁ ତିନି ଜଣ ଫେରାର ହୋଇଯାଇଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଚେକିଙ୍ଗ କରିବା ବେଳେ ୪୨୦ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ୪୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଗଞ୍ଜେଇ ଚାଲାଣ ରାକେଟ ବାଲିଗୁଡା ଅଞ୍ଚଳରୁ କ୍ରୟ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଏ ନେଇ ବାଲିଗୁଡା ଥାନା କେଶ ନଂ. ୮୬/୨୪ ରେ ଏକ ମାମଲା ରୁଜୁ କରି ଏସଆଇ ସଞ୍ଜୟ ସ୍ୱାଇଁ ଙ୍କୁ ଏହାର ତଦନ୍ତ ଭାର ଦିଆଯିବା ସହ ଅଧିକ ତଦନ୍ତ ଚାଲିଥିବା ବିଷୟ ଏସଡିପିଓ ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି।


