ପାରଳା ବୋଷ କିଲ୍ସ ପ୍ଲେ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ କିତ୍ସ ପ୍ଲେ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ — ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଲୋକ କୁମାର ବୋଷଙ୍କ ସଭାପତିତ୍ବ ରେ ବିନୋଦିନୀ ବିଜ୍ଞାନ କଲେଜର ଅଧ୍ଯକ୍ଷ ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥୂ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ମହିଳା ସ୍ନାତକ କ ମହାବିଦ୍ୟାଳୟର ଅଧ୍ୟାପିକା ଡ଼.କଲ୍ୟାଣୀ ศิฐ ଅତିų ଭବେ ରାଜ୍ୟ ସଂଯୋଜକ ଇଣ୍ଟରନେସନାଲ ହୁମାନ ରାଇଟ୍ସର ରାଜ୍ୟ ସଂଯୋଜକ ମନୋଜ କୁମାର ପାଣି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ଷା ଶଶାଙ୍କ ଶେଖର ସାବତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଅତିଥିମାନେ ପାରଳାଖେମୁଣ୍ଡି ସହରରେ ଏମିତି ଏକ ବିଦ୍ୟାଳୟର ଉପସ୍ଥିତିରେ ବହୁତ ଖୁସି ପ୍ରକାଶ କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ କୁ ବହୁତ ପ୍ରଶଂସା କରିଥିଲେ। ସଭା କାର୍ଯ୍ୟ ଶେଷରେ – ବିଦ୍ୟାଳୟର ଶିକ୍ଷୟିତ୍ରୀ ସୋନିଆ ପାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିų ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପରେ ପରେ କୁନି କୁନି ପିଲା ମାନଙ୍କ ଓ ଅବିଭାବକ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରମାକାନୁ ପଟ୍ଟନାୟକ ଓ ସୋନିଆ ପାଇକ ସଂଯୋଜନା କରିଥିଲେ । ବିଦ୍ୟାଳୟ ର ଶିକ୍ଷୟତ୍ରୀ ଲିପ୍ସା ଶର୍ମା ସଞ୍ଜୀନା ରାଉଳ, ସୁନନ୍ଦନି ଲିମା, ଉମା ରାଣୀ ବିଶ୍ବାଳ ପ୍ରିୟଙ୍କା ପରିଡା, ସୋନାଲି ପାଣିଗ୍ରାହୀ, ଅମ୍ବିକା ପଳାଇ ପାତ୍ର, ଅନିତା, ରେଣୁକା ସହ କିରଣ କୁମାରୀ ଦାସ, କିଶୋର କୁମାର ଦାସ, ଅଭୟ ବୋଷ ଓ ପିନାକି ଭୁଣ୍ତା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।


