ବାଲିଗୁଡାରେ କଂଗ୍ରେସ ପ୍ରାର୍ଥୀକୁ ବିରୋଧ ପରେ ବିଜେପି ପ୍ରାର୍ଥୀ କୁ ମଧ୍ୟ କୁଇ ସମାଜର ବିରୋଧ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଜିଲ୍ଲା ରାଜନୀତି କାହିଁକି ରାଜ୍ୟ ରାଜନୀତି ମଧ୍ୟ ସରଗମ ହେବାରେ ଲାଗିଛି । ୨୦୦୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଜେପି ତିନିଥର ବିଜୟ ଲାଭ କରିଥିବା ବେଳେ ବିଗତ ଦୁଇ ନିର୍ବାଚନ ରେ ବିଜେଡି ବାଜି ମାରି ନେଇଛି, କିନ୍ତୁ କଂଗ୍ରେସ ମଧ୍ୟ ପ୍ରତ୍ୟେକ ନିର୍ବାଚନ ରେ କମ ଭୋଟ ବ୍ୟବଧାନ ରେ ପରାଜୟ ବରଣ କରୁଛି । ଚଳିତ ନିର୍ବାଚନ ପାଇଁ ବିଜେପି ପୂର୍ବତନ ବିଧାୟକ ତଥା କୁଟିଆ କନ୍ଧ ଜନଜାତି ରୁ ଆସିଥିବା ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା କରେନ୍ଦ୍ର ମାଝି ଙ୍କୁ ଟିକଟ ନ ଦେଇ ଜଣେ ନବାଗତ ମହିଳା କଲ୍ପନା କହଁର ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁରୁଦା ପ୍ରଧାନକୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବାଲିଗୁଡା ବିଧାନସଭା ରେ କାହାରି ନାମ ଘୋଷଣା କରି ନହିଁ । ଇତି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ସୁରୁଦା ପ୍ରଧାନ ଜାଲ ଜାତି ପ୍ରମାଣ ପତ୍ର ହାତେଇ ନେଇଥିବା ଅଭିଯୋଗ କରି କୁଇ ସମାଜ ବିରୋଧ କରୁଥିବା ବେଳେ ଏବେ ପୁଣି ବିଜେପି ପ୍ରାର୍ଥୀ କଲ୍ପନା କହଁର କୁ ମଧ୍ୟ କୁଇ ସମାଜର ବିରୋଧ କରି ବିଜେପି ରାଜ୍ୟ ନେତୃତ୍ଵ କୁ ଚିଠି ଲେଖିଛି । କେନ୍ଦ୍ରୀୟ କୁଇ କୁଳ ସମାଜର ସଭାପତି ମନୋଜ କୁମାର ମଲ୍ଲିକ ଲେଖିଛନ୍ତି ଯେ ବିଜେପି ପ୍ରାର୍ଥିନୀ ଆଦିବାସୀ ପରମ୍ପରା କୁ ବିରୋଧ କରି ଅନ୍ୟ ଜାତିରେ ବିବାହ କରିଛନ୍ତି ଯାହା ଆମ ସମାଜ ପ୍ରତି ଅପମାନ ଏଣୁ ଆଦିବାସୀ ସମାଜ ବିରୋଧ କରୁଛୁ ଏଣୁ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଛି l ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ