ଗଞ୍ଜେଇ ଚାଷ ବନ୍ଦ ପାଇଁ ଅଞ୍ଚଳର ସରପଞ୍ଚମାନେ ପଦକ୍ଷେପ ଗ୍ରହଣ କରନ୍ତୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ ଗଞ୍ଜେଇ ଚାଷ ବନ୍ଦ ପାଇଁ ସରପଞ୍ଚମାନେ ଆବଶକ୍ୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରନ୍ତୁ ବୋଲି ଗଜପତି ଏସ୍ପି ସ୍ବାତୀ ଏସ୍.କୁମାର ଆୱାନ ଦେଇଛନ୍ତି. ଗଞ୍ଜେଇ ଚାଷ ରୋକିବାକୁ ଏକ ସଚେତନତା ବୈଠକରେ ସରପଞ୍ଚମାନଙ୍କୁ ଗଞ୍ଜେଇ ଚାଷ ରୋକିବା ପାଇଁ ରା.ଉଦୟଗିରି ଥାନା ପରିସରରେ ଅନୁଷ୍ଠିତ ଏହି ବୈଠକରେ ରା.ଉଦୟଗିରି ଓ ନୂଆଗଡ ବ୍ଲକ୍ ଅନ୍ତର୍ଗତ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳର ସମସ୍ତ ସରପଞ୍ଚ ଏଥିରେ ଯୋଗ ଦେଇଥିଲେ | ନୂଆ ଭାରତୀୟ ନ୍ୟାୟ ସଂହିତାରେ ସଂଶୋଧିତ ଆଇନର ଦଫା ୪୭ ଅନୁସାରେ ଯେଉଁ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେହି ପଞ୍ଚାୟତର ସରପଞ୍ଚମାନେ ଦାୟୀ ରହିବେ ଏବଂ ସେମାନଙ୍କ ବିରୋଧରେ ନୂଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠା ହେବ | ଗଜପତି ଜିଲ୍ଲା । ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ବିଶେଷଜ୍ଞ ବିଶେଷଙ୍କୁ ବାରମ୍ବାର ପଦକ୍ଷେପ ନିଆଯାଉଛି। ଗତବର୍ଷ ଠାରୁ ଏନେଇ ସତର୍କ କରାଯାଇଛି. ତେଣୁ ସରପଞ୍ଚମାନେ ବାରମ୍ବାର ନିଜ ପଞ୍ଚାୟତରେ ସଚେତନ ବୈଠକ କରାଇବେ, ପ୍ରମାଣସ୍ବରୂପ ଏଗୁଡ଼ିକର ଫଟୋ ଏବଂ ଭିଡ଼ିଓ ପୁଲିସକୁ ଦାଖଲ କରିବେ ତଥାପି ଯଦି କେହି ପୁଣି ଗଞ୍ଜେଇ ଚାଷ କରେ, ତେବେ ସୂଚନା ପୁଲିସ ପାଖରେ ପହଞ୍ଚାଇବେ ନଚେତ ବେଆଇନ ଚାଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କଡ଼ା ଚେତାବନୀ ଦେଇଛନ୍ତି । ବିଶେଷ କରି ଗଜପତି ଜିଲ୍ଲାର ମୋହନା, ଅଡ଼ବା ଓ ରା.ଉଦୟଗିରି ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି। ଏଥର ପୁଲିସ ନୁହେଁ ବରଂ ସରପଞ୍ଚମାନେ ଗଞ୍ଜେଇ ଚାଷ ନଷ୍ଟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତୁ ବୋଲି ଏସ୍ପି ବୈଠକରେ ସରପଞ୍ଚ ମାନଙ୍କୁ ଆହ୍ବାନ ଦେଇଥିଲେ ।