ଗଞ୍ଜେଇ ବୋଝେଇ ଅଟୋ ଜବତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଯୁଆଣପଲ୍ଲୀ – ଫାଶୀବନ୍ଧ ଗ୍ରାମ ରାସ୍ତାରୁ ପାଟପୁର ପୋଲିସ ଏକ ଗଞ୍ଜେଇ ବୋଝେଇ ଅଟୋ ନଂ. ଓଡ଼ି ୦୭ ଏ କେ -୬୮୧୭ କୁ ଜବତ କରିଛନ୍ତି।ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ରବି ଗୌଡ଼ ଙ୍କୁ ବୁଧବାର ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲାଣ କରାଯାଇଛି। ପାଟପୁର ଥାନା ମାମଲା ନଂ.୧୮୭/୨୩ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ରାତି ରେ ପାଟପୁର ଥାନା ଏସ .ଆଇ ମିଲନ ପ୍ରଧାନ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ରାସ୍ତାରେ ଅତି ଦୃତଗତି ରେ ଯାଉଥିବା ଅଟୋ କୁ ଅଟକାଇ ଖାନତଲାସ କରିଥିଲେ। ପୋଲିସ କୁ ଦେଖି ଅନ୍ଧାର ରାତି ରେ କିଛି ଯୁବକ ଦୌଡ଼ି ପଳାଇଥିଲେ।ରବି ଙ୍କୁ ପୋଲିସ ଟିମ୍ ମାଡ଼ି ବସିଥିଲେ। ଅଟୋ ରେ ୪ ଟି ଜରି ବସ୍ତା ରେ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ବୋଝେଇ ଅଟୋ କୁ ପାଟପୁର ଥାନା କୁ ଅଣାଯାଇଥିଲା। ୪ ଟି ବସ୍ତା ରେ ଥିବା ଗଞ୍ଜେଇ ଓଜନ କରିବାରୁ ୧୨୪.୯୦୦ ଗ୍ରାମ ହୋଇଥିଲା। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଆଇ ଆଇ ସି ସବ୍ୟସାଚୀ ମଲ୍ଲ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ