ଗଞ୍ଜେଇ ବ୍ୟବସାୟକୁ ନେଇ ଶତ୍ରୁତା  ଦୁର୍ବୃତ୍ତ ଜାଳି ଦେଲେ କାର

ସାନଖେମୁଣ୍ଡି/ଦିଗପହଣ୍ଡି,୨୯|୧୦:ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ଛକରେ ସୋମବାର ବିଳମ୍ବିତ ରାତିରେ ୨ ଅଜଣା ଦୁର୍ବୃତ୍ତ ସ୍କୁଟିରେ ଆସି ରାସ୍ତାକଡରେ ପାର୍କିଂ କରିଥିବା ଏକ କାର ନଂ.(ଓଡ଼ି ୦୫ ଏଏକ୍ସ -୪୧୬୫)କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଛନ୍ତି।କାର ଟି ସମ୍ପୂର୍ଣ ଜଳି ଯାଇଛି।ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଗଞ୍ଜେଇ ବ୍ୟବସାୟ ରୁ ଶତ୍ରୁତା କୁ ନେଇ ଏଭଳି ଘଟଣା ଘଟିଥିବା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମଙ୍ଗଳବାର ସକାଳେ ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ଏସ.ଆଇ ସୋଫିଆ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ସବିଶେଷ ତଦନ୍ତ କରି ଫେରିଛନ୍ତି।ପାଟପୁର ଥାନା କଂସାମାରି ଗ୍ରାମର ସ୍ୱର୍ଗତ ରାଣା.ବିଜୟ ଦୋରା ଙ୍କ ନାଁ ରେ ଥିବା କାର ଟି କୁ ମୁନା ଦୋରା ବୁଝା ଶୁଝା କରୁଥିଲେ। ସେ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜେଲ ରେ ଅଛନ୍ତି। ମୌଳାଭଞ୍ଜା ଗ୍ରାମର ଗାଡ଼ି ଚାଳକ ଧନୁ ଗୌଡ଼ ସବୁଦିନ ଭଳି କାର କୁ ସୋମବାର ରାତି ରେ ଘର ସମ୍ମୁଖରେ ରଖିବା ସହ ରାତ୍ରି ଭୋଜନ ସାରି ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ଦ୍ୱୟ ମୁହଁ ରେ କଳାମୁଖା ପିନ୍ଧି ବିଳମ୍ବିତ ରାତି ରେ କାର ନିକଟରେ ପହଞ୍ଚି ସେଥିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ପୋଲିସ ଥାନା ମାମଲା ନଂ. ୪୨୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଆଇଆଇସି ନିଜେ ଘଟଣାର ତଦନ୍ତଭାର ନେବା ସହ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ ଜାରି ରଖିଛନ୍ତି। କିଏ କାହିଁକି କାର କୁ ଜାଳି ଦେଲେ ସେ ନେଇ କୌଣସି ସୁରାକ ପୋଲିସ କୁ ମିଳିନି।ପୂର୍ବ ଶତ୍ରୁତା ନା ଗଞ୍ଜେଇ ବ୍ୟବସାୟରୁ ଭାଗ ବଣ୍ଟାକୁ ନେଇ ରାଗ ରଖି ଏଭଳି ଘଟଣା ଘଟିଛି।ସେ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ