ଗଞ୍ଜେଇ ସହ କାର୍ ଜବତ; ଚାରି ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ପୁଲିସ୍ ଜବତ କରିଛି ଗଞ୍ଜେଇ। ଏହି ଘଟଣାରେ ମୋଟ ଚାରି ଜଣକୁ ଗିରଫ କରିଥିବା ବେଳେ ୬୪ କେଜି ଗଜେଇ ଜବତ କରିବା ସହିତ ଗୋଟିଏ କାର୍ ମଧ୍ୟ ଜବତ କରିଛି।ସୂଚନା ପ୍ରକାରେ, ଫିରିଙ୍ଗିଆ ଥାନା ପୁଲିସ ଏକ ମାରୁତୀ ସିଆଜ କାରରେ ଜିଲ୍ଲାର ବାଲିଗୁଡା ପଟରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବାବେଳେ ଫିରିଙ୍ଗିଆ ମଣିପଦର ଛକଠାରେ ସକାଳ ପ୍ରାୟ ୧୧ଟାରେ କାରଟିକୁ ତଲାସି ନେବାପରେ ସେଥିରୁ ୬୪ କିଗ୍ରା ଗଞ୍ଜେଇ ସମେତ କାରକୁ ଜବତ କରିଛି। ସେଠାରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫମାନେ ହେଲେ ଫୁଲବାଣୀ ସଦରଥାନା ଅଂଚଳର ସାନାଗୁଡା ଗ୍ରାମର ରାକେଶ ଦିଗାଲ(୨୪), ଦୀନେଶ କୁମାର ଦିଗାଲ (୨୨), ରବିଲା ଦିଗାଲ(୩୦) ଓ ଉଦୟଗିରି ଅଂଚଳର ଏଲିମ ହେବୁବ୍ ସମେତ ୪ ଜଣଙ୍କୁ ଗିରଫ କରି ଏକ ମାମଲା ୭୫/୨୦୨୦ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ସେମାନେ ଏହି ଗଞ୍ଜେଇକୁ ଭୁବନେଶ୍ୱର ଚାଲାଣ କରୁଥିବା ପୁଲିସ ଆଗରେ କହିଥିବା ଜଣାପଡିଛି।