କନ୍ଧମାଳରେ ୩ କରୋନା ଯୋଦ୍ଧାଙ୍କ ସମେତ ୨୫ ନୂଆ ସଂକ୍ରମିତ ଚିହ୍ନଟ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ସୋମବାର ପୁଣି ୨୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇ ଜିଲ୍ଲାର ସଂକ୍ରମିତ ସଂଖ୍ୟା ୨୪୩୬ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩ଜଣ କରୋନା ଯୋଦ୍ଧା ଅଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଏବଂ ୯ ଜଣ ମହିଳା ଅଛନ୍ତି। ସର୍ବାଧିକ ଫୁଲବାଣୀରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଟିକାବାଲିରୁ ଜଣେ, କୋଟଗଡ଼ରେ ୨ଜଣ, ତୁମୁଡ଼ିବନ୍ଧରେ ଜଣେ, ରାଇକିଆ ବ୍ଳକରେ ୫ ଜଣ, ବାଲିଗୁଡ଼ାରୁ ଜଣେ, ଫିରିଙ୍ଗିଆରୁ ଜଣେ ଓ ଜିଲ୍ଲା ବାହାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣା ପଡିଛି। ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୨୪୩୬ ଜଣ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୧୨୧ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୧୨ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୩୦୩ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


