ଗଞ୍ଜେଇ ସହ ବାଇକ ଜବତ, ଜଣେ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ାଠାରେ ପୁଲିସ୍‍ ତନଖୀ ବେଳେ ୨୮ କେଜି ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଅବଦୁଳ୍‍ ସାଜିଦ୍‍ ଖାନ୍‍(୪୦) ଓ ତାଙ୍କର ଘର ଯାଜପୁର ଜିଲା ଅନ୍ତର୍ଗତ ପାଣିକୋଇଲି , ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି। ଏଥି ସହିତ ଏକ ବାଇକ୍‍କୁ ମଧ୍ୟ ପୁଲିସ୍‍ ଜବତ କରିଛି। ଏନେଇ କେସ ନଂ ୭୫/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତି କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଗତ ୧୫ ତାରିଖରେ ଗୋଛାପଡ଼ା ପୁଲିସ୍‍ ଏକ ଗଂଜେଇ ଚାଲାଣ ମାମଲାରେ ବେଲପଥର ନିକଟରେ ଏକ ବୋଲେର ଗାଡ଼ି ସହିତ ୫୧ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାର ଜଣକୁ ଗିରଫ କରିଥିଲା। ଘଟଣା ସ୍ଥଳରୁ ଜଣେ ଫେରାର୍‍ ହୋଇଯାଇଥିବା ବେଳେ ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ