ଗଣତନ୍ତ୍ରର ମନ୍ଦିରରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଯୁବମୋର୍ଚ୍ଚା ପକ୍ଷରୁ କୁଶପୁତ୍ତଳିକା ଦାହ ଏବଂ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଗଣତନ୍ତ୍ରର ମନ୍ଦିରରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ସ୍ଥିତ ଗାନ୍ଧୀ ନଗର ଛକ ଠାରେ “ବିକ୍ଷୋଭ” ପ୍ରଦର୍ଶନ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ “କୁଶପୁତ୍ତଳିକା ଦାହ” କରାଯାଇଥିଲା । ଯେଉଁଭଳି ଭାବରେ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ପରିସରରେ ଗୃହମନ୍ତ୍ରୀଙ୍କ ଭାଷଣକୁ କଦର୍ଥ କରି ବିରୋଧୀ ମାନେ ଯେଉଁଭଳି ଉପସ୍ଥାପନା କଲେ ତାର ସତ୍ୟତା ଉପସ୍ଥାପନା କରିବା ସମୟରେ ସଂସଦ ଭବନରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ । ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶାର ମାନ୍ୟବର ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କାମାରି ଯେଉଁ ଭଳି ଭାବରେ ଲହୁ ଲୁହାଣ କରି ମରଣାନ୍ତକ ଆକ୍ରମଣ କରିଛନ୍ତି ତାକୁ ଯୁବମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଗଣତନ୍ତ୍ରର ମନ୍ଦିରରେ ରାଜନୈତିକ ହିଂସା କଦାପି ଗ୍ରହଣୀୟ ନୁହଁ ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ଜଣାଇ ଆଜି କଂଗ୍ରେସର ଯୁବନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହା ସହ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ଭଳି ସଙ୍ଗୀନ ମାମଲା ରୁଜୁ କରି ତାଙ୍କୁ ସାଂସଦ ପଦରୁ ବହିଷ୍କାର କରାଯିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ ତେବେ ଆଗାମୀ ଦିନରେ ଯୁବମୋର୍ଚ୍ଚା ଏହାର ଦୃଢ଼ ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କୁ ବାଟରେ ଚଲେଇ ଦିଆଯିବନି ବୋଲି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଚେତାବନୀ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା,କର୍ପୋରେଟର ସବିତା ସାହୁ,ଜିଲ୍ଲା ସମ୍ପାଦିକା ନିବେଦିତା ପାଢ଼ୀ,ରତ୍ନଗର୍ଭା ସରସ୍ଵତୀ ଦେବୀ,ରାମ ପ୍ରସାଦ ସାମଲ,ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ସୋମନାଥ ପାତ୍ର,କେ.ରବି ରାଓ,ଜିଲ୍ଲା ସମ୍ପାଦକ କିଶୋର କୁମାର ସାହୁ,ଜି.ବିଜୟ ପାତ୍ର,ଚିନ୍ମୟାନନ୍ଦ ପଟ୍ଟନାୟକ,ଶିରିଡ଼ି ବିକ୍ରମ,ଶକ୍ତି ପଟ୍ଟନାୟକ,ଅମର ସାହୁ,ଅଖିଲ ବେହେରା,ଶୀତଲ ଜେନା,ଦେବୁନ୍ ପଟ୍ଟନାୟକ,ସୁମିତ ପାତ୍ର,ସଞ୍ଜୟ କୁମାର ଦାସ,ମନୋଜ ମହାରଣା,ରଜତ ପାତ୍ର,ବାଳକୃଷ୍ଣ ରେଡ୍ଡୀ,ସଞ୍ଜୀବ ପାତ୍ର,କୃଷ୍ଣ ପଲାଇ,ସୁନିଲ ନାୟକ,ଅଶ୍ଵିନୀ ସାହୁ,ରାମକୃଷ୍ଣ ଚୌଧୁରୀ,ଶ୍ରୀଧର ପାଳ,ନୀଳକଣ୍ଠ ବେହେରା,ସୁମନ୍ତ ରାଉତ,ଆକାଶ ସାହୁ,ନାରାୟଣ ବେହେରା,ଅଜୟ ଦାସ,ମନୋଜ ପାଣିଗ୍ରାହୀ,ଜଗନ୍ନାଥ ମହାପାତ୍ର,ଯୋଗେଶ୍ୱର ଗୈାଡ଼,ଟୁଟୁ ରାଓ,ସାଗର ଡାକୁଆ,ପ୍ରବୀର ପାତ୍ର,ମନୋଜ ପଣ୍ଡା,ମଦନ ମୋହନ ପାତ୍ର,କୁଞ୍ଜବିହାରୀ ପଣ୍ଡା,ଧନୁ ପାଣିଗ୍ରାହୀ,ଧର୍ମରାଜ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ପ୍ରଫୁଲ୍ଲ ପାଣିଗ୍ରାହୀ,ସରୋଜ ପାତ୍ର,ରବିନ୍ଦ୍ର ସାହୁ,ଏସ୍.ଶ୍ରୀନିବାସ,ଶୁଭମ ବିଷୋୟୀ,ଏ.ଶାଇ ପାତ୍ର,କାହ୍ନା ସାହୁ,ପ୍ରୀୟଙ୍କର ସ୍ୱାଇଁ,ଶ୍ରିତି ପରାଇ,ମଟୁ ପ୍ରସାଦ ରେଡ୍ଡୀ,ରାହୁଲ ସାହୁ,ଆଶୁତୋଷ ରଥ,ସାରଥୀ ପ୍ରଧାନ,ସୀମାଞ୍ଚଳ ପଣ୍ଡା,ପ୍ରଫୁଲ୍ଲ ସାହୁ,ଶ୍ରୀନିବାସ ମଣ୍ଡଳ,ସାନ୍ତୁନୁ ବେହେରା,ରାଜେଶ୍ୱର ମହାପାତ୍ର,ବାଲିଆ ନାୟକ,କାହ୍ନା ପ୍ରଧାନ,ସୂର୍ଯ୍ୟ ପାତ୍ର,ରାଜେନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ