ଗଣଶିକ୍ଷା ମନ୍ତ୍ରୀ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା
ଚାରିଛକ(ଜୁଗାବ୍ଦ ନ୍ୟୁଜ୍): : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକଙ୍କୁ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଦାଶ ଏବଂ ସାଂସଦ ଡା. ମଲ୍ଲିକ ହରିପୁର ଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରିବାପରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକ ବଜାରରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।