ଗଣେଶ ମିଶ୍ର ବିଜେଡିର ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ) :ବିଜୁ ଜନତା ଦଳ ତରଫରୁ ମୟୁରଭଞ୍ଜ ଜିଲ୍ଲା ସଦରର ଗଣେଶ ମିଶ୍ରଙ୍କୁ ରାଜ୍ୟ ଯୁବ ସଂଗଠନର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆ ଯାଇଛି I ସ୍ଥାନୀୟ ଡାକ ବଙ୍ଗଳାଠାରେ ବିଭିନ୍ନ ଛାତ୍ର ଓ ଯୁବ ଗୋଷ୍ଠୀ ତରଫରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଛାତ୍ର ଜୀବନରୁ ରାଇରଙ୍ଗପୁର ମହାବିଦ୍ୟାଳୟର ସାଂସ୍କୃତିକ ସମ୍ପାଦକ ଭାବେ ବିଜୟ ଲାଭ କରିଥିଲେ I ଏହାପରେ ରେଭେନ୍ଶା ବିଶ୍ୱ ବିଦ୍ୟାଳୟରେ ବିଜେଡିର କ୍ୟାମ୍ପସ କମିଟିର ସଭାପତି ସହ ନିର୍ବାଚନ ସମୟରେ ବାଲେଶ୍ୱର ଜିଲ୍ଲାର ସୋର ବ୍ଲକର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିଲେ I ଏତଦ ବ୍ୟତୀତ ସାରସକଣା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଷ୍ଠା ର ଦାୟିତ୍ୱ ତୁଲାଇଛନ୍ତି I ଶ୍ରୀମାନ ମିଶ୍ର ରାଇରଙ୍ଗପୁର ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ ସ୍ଥାନୀୟ ଅଂଚଳରେ ବେଶ ସୁନାମ ରହିବା ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ I ଜଣେ ଦକ୍ଷ ସଂଘଠକ ଭାବେ ବେଶ ଜଣାଶୁଣାI ଏହି ଅବସରରେ ତାଙ୍କୁ ବରିଷ୍ଠ ନେତା ଉମାକାନ୍ତି ମହାନ୍ତି, ଖୁଦି ରାମ ମହାନ୍ତି, ଦୀପକ ମିଶ୍ର ବୁଦ୍ଧିଜୀବି ଲଳିତ ମହାନ୍ତ,ଯୁବ ନେତା ଦୀପ୍ତି ମାନ ବଳ, ଟନି ପଣ୍ଡା, ଅଭିନେତା ପଙ୍କଜ ସିଂ, ସଂଖ୍ୟା ଲଘୁ ସେଲର ଜିଲ୍ଲା ସଭାପତି ସେକ ସମିମ, ଉପ ସଭାପତି ମହମ୍ମଦ ଆରୀଫ, ପୂର୍ବତନ ଜିଲ୍ଲା ପରିଷଦ ଆଲୋକ ମହାନ୍ତ, ରାଜ୍ୟ ଛାତ୍ର ସମ୍ପାଦକ ବିକାଶ ମହାନ୍ତ, ଛାତ୍ର ନେତା ସାଜିଦ ହୁସେନ, କମଳେସ ବଳ, ଶିକନ ଦାସ, ବନ୍ଧନ ବଳ, ଅଭିଷେକ ପଟ୍ଟନାୟକ, ତୁଫାନ ଲୋହାର, ବିମଳ ମହାନ୍ତ (ଟୁକୁ ), ରାଜୁ ସିଂ, ଶେଖ ଆଲାଙ୍ଗୀର, ଏମ.ଡି ୟାହୁଦ,ଶେଖ ଆମଜାଦ, ଅଙ୍କିତ ବର୍ମା, ସନାତନ ମହାନ୍ତ, ଯୁବ ନେତା ବିକି ଶର୍ମା, ବିଶ୍ୱନାଥ ବେଶ୍ରା, ମନୋରଞ୍ଜନ ହାଁସଦା, ଗତି କୃଷ୍ଣ ମହାନ୍ତ, ସୌମିକ ଦାସ କାନୁନଗୋ, ଲିପୁନ ମିଶ୍ର, ଜିତୁ ଦାସ, ଦିନେଶ ମିଶ୍ର, ବ୍ରଜ କିଶୋର ପାଣିଗ୍ରାହୀ, ଚିନ୍ମୟୀ ଦାସ, ଏନ.କେ ମଣ୍ଡଳ, ଅନୁପ ମହାନ୍ତ, ବାସୁ ଗିରି, ଅଭିଷେକ ମହାନ୍ତି,ଅଭିମନ୍ୟୁ ବେହେରIମନୋଜ ମୁର୍ମୁ, ଅମିତ ସିଂ, ସତ୍ୟଜିତ ମାଟିଆ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଥିଲେ I
ତାଙ୍କର ଏହି ସଫଳତା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠାନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ମମତା ମହାନ୍ତ, ସାଧାରଣ ସମ୍ପାଦକ ଡ଼ ଦେବାଶିଷ ମାରାଣ୍ଡି, କୃଷି ଓ ଶିଳ୍ପ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ଭାଦବ ହାଁସଦା, ଜିଲ୍ଲା ସଦର ସଭାପତି କାଶୀନାଥ ହେମ୍ବ୍ରମ ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ବିଜେଡି, ଯୁବ ବିଜେଡି, ମହିଳା ବିଜେଡି ଓ ଛାତ୍ର ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I