ଗପ କହିବା ଗପ ଶୁଣିବା ଓ ଆମ ସଂସ୍କୃତି ଆମ ଖେଳନା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶନିବାର ହିଞ୍ଜିଳିକାଟୁ ବ୍ଲକ ମକରଝୋଳ କ୍ଳଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପିନାଥପୁର ଠାରେ ଗପ କହିବା ଗପ ଶୁଣିବା ଏଵଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପେଦିନି ରାଜା ମୋହନ ରାଓ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ ଓ ସମ୍ମାନିତ ଅତିଥି ଭାବେ ସିଆରସିସି ପ୍ରସନ୍ନ କୁମାର ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀ ଓ କଥନ ଶକ୍ତିର ବିକାଶ ପାଇଁ ଗପ ଶୁଣିବା, କହିବା, ଏଵଂ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସହ ଜଡିତ କୌଳିକ ବୃତ୍ତି ଅନୁସାରେ ହାତ ତିଆରି ସାମଗ୍ରୀର ନିଖୁଣ କାର୍ଯ୍ୟ ଓ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ହୋଇଛି ବୋଲି ଅତିଥି ମାନେ ଅଭିମତ ରଖିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ହାତ ତିଆରି ସାମଗ୍ରୀକୁ ଦେଖି ଅତିଥି ମାନେ ପ୍ରଶଂସା କରିଥିଲେ। ଅତିଥି ମାନେ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସଭାପତି ପି.ଶୁଭେନ୍ଦୁ ମୋହନ ରାଓ, ସମିତି ସଭ୍ୟା କେ.ନର୍ମଦା, ଶିବ ଶଙ୍କର ଉଠାନ ସିଂ, ବିକ୍ରମ ମହାରଣା, ବି ଭୀମରାଜୁ ଆଚାରୀ, ପ୍ରଜ୍ଞା ପାରମିତା ଦାସ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ