ଗଭୀର କୂଅ ଭିତରୁ ଗାଈ କୁ ଉଦ୍ଧାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ମହାସିଙ୍ଗି ପଞ୍ଚାୟତ ଗ୍ରାମ ରୋଜଗାର ସେବକ କେଶବ ଚନ୍ଦ୍ର କାମ୍ପ କୌଣସି ଏକ କାର୍ଯ୍ୟରେ ପେନାକେତା ଗ୍ରାମକୁ ଯାଇଥିବା ବେଳେ ଗ୍ରାମରେ ଥିବା ଏକ କୂଅ ଭିତରେ ଏକ ଗାଈ ପଡ଼ିଥିବା ଜାଣିପାରିଥିଲେ । ସେ ଗାଈଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଆହତ ମଧ୍ୟ ହୋଇଥିଲେ l କିନ୍ତୁ ୨୫ ଫୁଟ ଭିତରୁ ଗାଈ ଟିକୁ ଉଦ୍ଧାର କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଏହାପରେ ସେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । ଦମକଳ ବାହିନୀ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗାଈଟିକୁ ଗଭୀର କୂଅରୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ସରପଞ୍ଚ ରଞ୍ଜିତ ମଳିକ, ରହିମ ନାୟକ ଓ ଗ୍ରାମବାସୀ ପ୍ରମୁଖ ସାମିଲ ହୋଇଥିଲେ ।