ଗରାପୁର ଭି. ଆଇ.ପି. ରେଡରେ ସମାଜସେବୀଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ସମାଜସେବୀମାନଙ୍କ ପକ୍ଷରୁ ରବିବାର କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଭି.ଆଇ.ପି. ରୋଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କପାଳେଶ୍ୱର ମଙ୍ଗଳାପୀଠରେ ପ୍ରଧାନଶିକ୍ଷକ ପାର୍ଥସାରଥି ବେହେରାଙ୍କ ସଂଯୋଜନା ଓ ସୁଦର୍ଶନ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସମାଜସେବୀ ଇଂ ମୂରଲୀଧର ସେଠୀ, ପୂର୍ବତନ ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ, ଶିକ୍ଷାବିତ ଅଜୟ କୁମାର ରାଉତ, ଶିକ୍ଷାବିତ ତଥା ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଓ ବୃକ୍ଷ ସଂଖ୍ୟା ହ୍ରାସ ପାଉଥିବାରୁ ଅଧିକ ବୃକ୍ଷରୋପଣ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭା ପରେ ପ୍ରଧାନଶିକ୍ଷକ ପାର୍ଥସାରଥି ବେହେରା ଯୋଗାଇ ଦେଇଥିବା ଦେବଦାରୁ, ଅଁଳା ପ୍ରଭୃତି ଗଛର ଚାରାକୁ ଅତିଥିମାନେ ଗରାପୁରସ୍ଥିତ ଭି.ଆଇ.ପି. ରୋଡ ପାଶ୍ୱର୍ରେ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ତଫିରୁଦ୍ଦିନ, ବାସୁଦେବ ଗିରୀ, ଭଗବାନ ମହାନ୍ତି, ନିରଞ୍ଜନ ମହାପାତ୍ର, ଗୋପିନାଥ ଦାସ, ଅଦୈତ ଜେନା, ସୁରେଶ ଚନ୍ଦ୍ର ରାଉତ, ୱାର୍ଡମେମ୍ବର ମଞ୍ଜୁଲତା ଦାସ, ମୁଷେଇ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ